ନନ୍ଦାହାଣ୍ଡି ବ୍ଲକ ଅଣ୍ଟାସର ଗାଁ ରେ ଭାଲୁ ଆତଙ୍କ : ମା ଭାଲୁ ସହ ଦୁଇଟି ଛୁଆ ଭାଲୁ ଚିହ୍ନଟ

0
240

ରିପୋର୍ଟ : ଜିଲ୍ଲାପ୍ରତିନିଧି ଏ.ସତୀଶ //
ନବରଙ୍ଗପୁର,(୩୧/୦୭) : ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅଣ୍ଟାସର ଗାଁ ରେ ଭାଲୁ ଆତଙ୍କ । ଏକ ନିର୍ମାଣଧୀନ ଘର ଭିତରେ ପଶିଛି ତିନୋଟି ଭାଲୁ । ମା ଭାଲୁ ସହ ଦୁଇଟି ଛୁଆ ଭାଲୁ ରହିଥିବା ବେଳେ ଏହାକୁ ନେଇ ଲୋକେ ଆତଙ୍କିତ ହୋଇପଡିଛନ୍ତି ।bad6ef19 5daf 421c 9d73 760f6883d152 ନନ୍ଦାହାଣ୍ଡି ବ୍ଲକ ଅଣ୍ଟାସର ଗାଁ ରେ ଭାଲୁ ଆତଙ୍କ : ମା ଭାଲୁ ସହ ଦୁଇଟି ଛୁଆ ଭାଲୁ ଚିହ୍ନଟ

ନନ୍ଦାହାଣ୍ଡି ବ୍ଲକ ଅଣ୍ଟାସର ଗାଁ ରାସ୍ତା କଡ଼ରେ ଭାଲୁ ପଡ଼ିଥିବା ଘରଟି ଥିବାରୁ ଲୋକଙ୍କ ଉକ୍ତ ରାସ୍ତା ଦେଇ ଯାତାୟତ କରୁଥିବା ଯୋଗୁଁ ସମସ୍ତେ ଅଧିକ ଭୟଭିତ ହୋଇ ପଡିଛନ୍ତି । ଖବର ପାଇ ଘଟଣା ସ୍ଥଳରେ ବନବିଭାଗ କର୍ମଚାରୀ ପହଂଚି ଅନୁଧ୍ୟାନ ଆରମ୍ଭ କରିଛନ୍ତି ।

ଭାଲୁ ମାନେ ଏ ପର୍ଯ୍ୟନ୍ତ କାହାକୁ କୌଣସି କ୍ଷତି ପହଞ୍ଚାଇ ନଥିବାବେଳେ ଗାଁ ଲୋକେ ଭୟଭୀତ ଅଛନ୍ତି । ଗାଁ ନିକଟରେ ଜଙ୍ଗଲ ଥିବାବେଳେ ସବୁବେଳେ ଭାଲୁମାନଙ୍କ ଚଳପ୍ରଚଳ ରହୁଥାଏ । ଆଜି ସକାଳୁ ତିନୋଟି ଭାଲୁ ଏକ ନିର୍ମାଣଧିନ ଗୃହ ଭିତରେ ପଶିଥିବା ଗାଁ ଲୋକେ ଦେଖିଥିଲେ ।

ଏହାପରେ ଘଟଣା ସ୍ଥଳରେ ଭାଲୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଲାଗିବାରୁ ଭାଲୁମାନେ ଆଉ ଘରୁ ବାହାରିପାରୁନଥିବା ବେଳେ ବନ ବିଭାଗ କର୍ମଚାରୀ ମାନେ ଭାଲୁ ମାନଙ୍କୁ ଘଉଡାଇବା ପାଇଁ ଚେଷ୍ଟା ଜାରି ରହିଛନ୍ତି । ତୁରନ୍ତ ଭାଲୁ ମାନଙ୍କୁ ନିର୍ମାଣଧିନ ଘରରୁ ଘଉଡାଇବାକୁ ବନ ବିଭାଗକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି ।