ପୋଲିସ ପ୍ରଶାସନ ର ଦକ୍ଷତା ନେଇ ପ୍ରଶ୍ନବାଚୀ : ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ

0
254

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର,(୦୧/୦୮) : ବଲାଙ୍ଗୀର ଜିଲ୍ଲାରେ ବିଗତ ଦିନରେ ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରି ନିଶା ବେପାର କରୁଥିବା ଅଭିଯୁକ୍ତ ଙ୍କୁ ଗିରଫ କରି ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ଜିଲ୍ଲା ପୋଲିସ ପ୍ରଶାସନ ତତ୍ପରତା ଦେଖାଇଥିଲା । ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ନେଇ ବିଭାଗୀୟ ମୁଖ୍ୟ ସଚିବ ଦୃଷ୍ଟି ଦେବାକୁ ସାଧାରଣ ରେ ଦାବି ହେଉଛି |WhatsApp Image 2021 08 01 at 8.11.17 AM ପୋଲିସ ପ୍ରଶାସନ ର ଦକ୍ଷତା ନେଇ ପ୍ରଶ୍ନବାଚୀ : ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ

ଲୁଟ,ରାହାଜାନୀ,ଡକାୟତି, ଚୋରି,ମରଣାନ୍ତକ ଆକ୍ରମଣ,ଆନ୍ତଃ ରାଜ୍ୟ ସେକ୍ସ ରେକେଟ,ଧର୍ଷଣ ଓ ହତ୍ୟା, ନାବାଳିକା ଅପହରଣ ଓ ଚାଲାଣ ପରି ସଙ୍ଗୀନ ମାମଲା ଗୁଡ଼ିକ ଥିବା ସତ୍ତ୍ୱେ ପୋଲିସ ପ୍ରଶାସନ ର ଅପାରଗତା ଯୋଗୁଁ ଅପରାଧୀ ଖୋଲମ,ଖୋଲା ଭାବେ ବର୍ତ୍ତମାନ ସୁଦ୍ଧା ଘୁରି ବୁଲୁଥିବା ଅଭିଯୋଗ ହୋଇଆସୁଛି ।

ଏପରି ଅନେକ ସଙ୍ଗୀନ ଅପରାଧିକ ମାମଲା ରୁଜ୍ଜୁ କରାଯାଇଥିବା ବେଳେ ଅନେକ ମାମଲା ରୁଜ୍ଜୁ ହୋଇ ପାରୁ ନ ଥିବା ଅନାୟାସରେ ପୂର୍ବରୁ ଗୁରୁତର ମାମଲା ରେ ସଂଶ୍ଳିଷ୍ଟ ରହି ଜାମିନ ରେ ମୁକୁଳି ଅନେକ ବର୍ତ୍ତମାନ ସୁଦ୍ଧା ଫେରାର ଦର୍ଶାଇ ବିଭାଗୀୟ ଅଧିକାରୀ ଏକ ପ୍ରକାର ସମ୍ପୁର୍ଣ୍ଣ ନିରବ ରହିବା ଯୋଗୁଁ ତୀବ୍ର ଜନ ଅସନ୍ତୋଷ ସହ ସାଧାରଣ ଅସୁରକ୍ଷିତ ମନେ କରୁଛନ୍ତି ।

ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ନିତିଦିନ କ୍ରମାଗତ ଭାବେ ଅପରାଧ ଘଟୁଥିବା ସହ ମାମଲାରେ ପୂର୍ବରୁ ଅଭିଯୁକ୍ତ ତାଲିକାଭୁକ୍ତ ହୋଇ ସୁଦ୍ଧା ତାଙ୍କୁ ଅଭିଯୋଗ ସତ୍ତ୍ୱେ ଗିରଫ କରାଯାଉ ନାହିଁ । ଏପରି କି ଜିଲ୍ଲାରେ ନିଜକୁ ପୋଲିସ ବୋଲି ଦର୍ଶାଇ ଅପରାଧିକ ମାମଲା ଘଟେଇଥିବା ତଥା କଥିତ ନକଲି ପୋଲିସ ଦଳ ଅନେକ ଗୋଟି ମାମଲା ରୁଜ୍ଜୁ ଥାଇ ଗିରଫ ନ କରିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।WhatsApp Image 2021 08 01 at 8.11.18 AM 1 ପୋଲିସ ପ୍ରଶାସନ ର ଦକ୍ଷତା ନେଇ ପ୍ରଶ୍ନବାଚୀ : ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ

ପାଟଣାଗଡ଼,ଟିଟିଲାଗଡ଼, କଣ୍ଟାବାଞ୍ଜି, ବଙ୍ଗୋମୁଣ୍ଡା,ତୁରେକେଲା,ଦେଉଗାଁ, ସିନ୍ଧେକେଲା, ବେଲପଡା ପରି ଅନେକ ଥାନାରେ ଅଭିଯୋଗ ହେବା ମାତ୍ର କେତୋଟି ମାମଲାରେ ଗିରଫ କରି ଦେଇ କୋର୍ଟ ଚାଲାଣ ପରେ ଘଟଣା ର ଅନ୍ୟ ଅଭିଯୁକ୍ତ ଙ୍କ ସମ୍ପୃକ୍ତି ତଥା ପ୍ରକୃତ ତଥ୍ୟ ସଂଗ୍ରହ ନେଇ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ଦେଖାଯାଉଛି ।

ମନମୁଖୀ ଭାବେ ଏପରି ତତ୍ପରତା ପ୍ରକାଶ ନ କରିବା ଯୋଗୁଁ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରାଯାଇ ପାରୁନାହିଁ । ବଙ୍ଗୋମୁଣ୍ଡା ର ଜଣେ ନାବାଳିକା କୁ ଅପହରଣ ସହ ତିନି ମାସ ଧରି ଜୋର ଜବରଦସ୍ତ ଦେହ ବ୍ୟବସାୟ ରେ ଲଗେଇ ରଖି ଥିବା ଓ ପଡୋଶୀ ରାଜ୍ୟ କୁ ଚାଲାଣ ବେଳେ କୌଶଳ କ୍ରମେ ଫେରାର ପରି ଘଟଣା ରେ ଏହି ଆନ୍ତଃ ରାଜ୍ୟ ସେକ୍ସ ରେକେଟ କାରବାର ପରି ସଙ୍ଗୀନ ମାମଲା ରୁଜ୍ଜୁ ସତ୍ତ୍ୱେ ପୋଲିସ ପ୍ରଶାସନ ପକ୍ଷରୁ ଆଖିଦୃଶିଆ କିଛି ପଦକ୍ଷେପ ନ ନେବା ଓ ଅଭିଯୁକ୍ତ ନିଜ କାରବାର ପୂର୍ବପରି ଚଳାଇଥିବା ଅଭିଯୋଗ ହୋଇଛି ।WhatsApp Image 2021 08 01 at 8.11.19 AM ପୋଲିସ ପ୍ରଶାସନ ର ଦକ୍ଷତା ନେଇ ପ୍ରଶ୍ନବାଚୀ : ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ

ଇତି ମଧ୍ୟରେ ପାଟଣାଗଡ଼ରେ ଧରା ପଡିଥିବା ଦୁଇ ବାଇକ ଲୁଟେରା ଙ୍କୁ ଗିରଫ ସହ ତିନୋଟି ବାଇକ ଜବତ କରି କୋର୍ଟ ଚାଲାଣ କରି ପୋଲିସ ଉକ୍ତ ଦଳର ଅନ୍ୟ ସଂଶ୍ଲିଷ୍ଟ ଅପରାଧୀ ଓ ବ୍ୟବସାୟୀ ଙ୍କ ତଥ୍ୟ ମିଳିବା ସତ୍ୱେ କିଛି ପଦକ୍ଷେପ ନେଇନି ଓ ନିରବ ରହିବ |

ସେପରି ଟିଟିଲାଗଡ଼ ଅଞ୍ଚଳରେ ପୋଲିସ ପରିଚୟ ଦେଇ ଆତଙ୍କ ସୃଷ୍ଟି କରିବା ଓ ଅଭିଯୁକ୍ତ ମାନେ ପୂର୍ବ ପରି ସିନ୍ଧେକେଲା ରେ ରହି ଉକ୍ତ ଅଞ୍ଚଳରେ ତଥା ଚାରିଚକିଆ ଗାଡି ରେ ପୋଲିସ ପରି ଜିଲ୍ଲା ରେ ଅପରାଧ ଘଟେଇ ଚାଲିବା ସତ୍ତ୍ୱେ ପୋଲିସ ପ୍ରଶାସନ ଜାଣିଶୁଣି ବାରମ୍ବାର ଅଭିଯୋଗ ସତ୍ତ୍ୱେ ନିରବ ରହିଛି ।

ଏ ନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ ନିକଟରେ ଅନେକ ସଂଖ୍ୟା ରେ ଅଭିଯୋଗ ଥାଇ କାର୍ଯ୍ୟାନୁଷ୍ଠାନ ଶୂନ ରହିଥିବା ଅଭିଯୋଗ ହୋଇଆସୁଛି । ଇତି ମଧ୍ୟରେ ଟିଟିଲାଗଡ଼ ହାଟପଦା ପଡ଼ା ରେ ଜଣେ ମହିଳା ଙ୍କୁ ଧର୍ଷଣ ଓ ହତ୍ୟା ଘଟଣାର ତଦନ୍ତ ପ୍ରକ୍ରିୟା ରେ ପୋଲିସ ତତ୍ପରତା ଦେଖା ନ ଯିବା ଅଞ୍ଚଳରେ ଅସନ୍ତୋଷ ସୃଷ୍ଟି କରିଛି ।

ସେହିପରି କ୍ରମାଗତ ଭାବେ ଦିନ ଦ୍ୱିପ୍ରହର ରେ ଲୁଟ,ରାହଜାନୀ ସାଧାରଣ ଘଟଣା ପଲଟିଥିବା ବେଳେ ପୋଲିସ ପ୍ରଶାସନ ର ଦକ୍ଷତା ନେଇ ଲୋକେ ଆସ୍ଥା ହରାଇସାରିଥିବା ନେଇ ବୁଦ୍ଧିଜୀବୀ ମହଲରେ କ୍ଷୋଭ ପ୍ରକାଶ ପାଇଛି ।

ଏ ନେଇ ବିଭାଗୀୟ ମୁଖ୍ୟ ଶାସନ ସଚିବ ଯଥା ଶୀଘ୍ର ଜିଲ୍ଲାରେ ଦକ୍ଷ ଅଧିକାରୀ ଙ୍କୁ ତୁରନ୍ତ ନିଯୁକ୍ତି ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲ୍ଲା ଜନସେବା ସଙ୍ଘ ତରଫରୁ ଦାବି ପ୍ରକାଶ ପାଇଛି ।