ସୋନପୁର ଭେଷଜ ବିଶେସଜ୍ଞ  ଡଃ ନରେନ୍ଦ୍ର ମେହେରଙ୍କ ବଦନ୍ୟତା

0
174
ସୋନପୁର

ରିପୋର୍ଟ : ସୁଶାନ୍ତ ବେହେରା //
ବୌଦ୍ଧ, (୨୮/୩) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବିରନରସିଂହପୁର ସ୍ଥିତ ରାମକୃଷ୍ଣ ବାଳାଶ୍ରମକୁ ସୋମବାର ଦିନ ସୋନପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନା ର ଭେଷଜ ବିଶେସଜ୍ଞ ଡାକ୍ତର ନରେନ୍ଦ୍ର ମେହେର ଓ ତାଙ୍କ ପତ୍ନୀ ଅନିତା ମେହେର ରାମକୃଷ୍ଣ ବାଳାଶ୍ରମ ର ଛାତ୍ରଛାତ୍ରୀଙ୍କୁ ଭେଟି ପ୍ରଥମେ ଫଳ ବଣ୍ଟନ କରିଥିଲେ ।

ପରେ ଆଶ୍ରମ କାର୍ଯ୍ୟାଳୟ ଅସୁବିଧା କୁ ଦେଖି ନିଜସ୍ୱ ଖର୍ଚରୁ ଏକ ଉନ୍ନତ ମାନର କମ୍ପୁଟର, ଏକ ଷ୍ଟିଲ ଆଲମାରୀ ଓ ୨ ଟି ଚୌକି ଏବଂ ୪ ଟି ଗାର୍ଡେନ ଚେୟାର ପ୍ରଦାନ କରିଥିଲେ । ଡାକ୍ତର ନରେନ୍ଦ୍ର ମେହେର  ନିଜର କାର୍ଯ୍ୟକ୍ଷେତ୍ର କରିବା ସହ ବିଭିନ୍ନ ଅନୁଷ୍ଠାନ କିମ୍ବା ଦୁଖୀ ଦରିଦ୍ର ପ୍ରତି  ନିଜର ବାଦ୍ୟନତା ସେବା ଜାରି ରଖିଥିବା ନେଇ ସେ ପ୍ରକାଶ କରିଛନ୍ତି । ଶ୍ରୀ ମେହେର ଙ୍କ ଏଭଳି କାର୍ଯ୍ୟ କୁ ସୋନପୁର ବାଳାଶ୍ରମ ର ପରିଚାଳନା କମିଟି ସଭ୍ୟ ଓ ଆଶ୍ରମ ଶୁଭେଛୁ ବୃନ୍ଧ ତାଙ୍କୁ ସାଧୁବାଦ ଜଣାଇଛନ୍ତି ।