ଖରା ପାଇଁ ଏପ୍ରିଲ ପହିଲାରୁ ସକାଳୁ ସ୍କୁଲ : ସାଢେ ୬ ଟାରୁ ୧୦ ଟା ପର୍ଯ୍ୟନ୍ତ ହେବ ପାଠପଢା

0
153
ଖରା ପାଇଁ

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର, (୩୧/୦୩) : ଖରା ପାଇଁ ଏପ୍ରିଲ୍ ୨ ତାରିଖରୁ ରାଜ୍ୟରେ ହେବ ସକାଳୁଆ ସ୍କୁଲ୍ । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଜି ସ୍କୁଲ୍ ଓ ଗଣଶିକ୍ଷା ଏହି ନିଷ୍ପତି ନେଇଥିବା ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ।

ଖରା ପାଇଁ ସକାଳ ୬ ଟା ୩୦ ରୁ ୧୦ ଟା ପର୍ଯ୍ୟନ୍ତ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ହେବ । ସେହିପରି ସକାଳ ୭ ଟାରୁ ୧୧ ଟା ପର୍ଯ୍ୟନ୍ତ ନବମ ଓ ଦଶମ ଶ୍ରେଣୀ ପିଲାଙ୍କ କ୍ଲାସ୍ ହେବ ବୋଲି ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି । ରାଜ୍ୟ ର ୫ ଟି ସହର ର ତାପମାତ୍ର ୪୧ ଡିଗ୍ରୀ ବା ତା’ଠାରୁ ଅଧିକ ରହିଛି । ଦୁଇଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ରହିଥିବା ବେଳେ ଆଗାମୀ ଦୁଇ ଦିନରେ ରାଜ୍ୟର ବିଭିନ୍ନ ସ୍ଥାନରେ ଦିନର ସର୍ବାଧିକ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲ୍ସିୟସ ପର୍ଯ୍ୟନ୍ତ ବଢ଼ିବ । ଆଉ ତା’ପରେ ବିଶେଷ କିଛି ବଡ଼ ପରିବର୍ତ୍ତନ ହେବ ନାହିଁ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

ସେହିଭଳି ଆଗାମୀ ୩ ରୁ ୪ ଦିନରେ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଦିନ ର ସର୍ବାଧିକ ତାପମାତ୍ରା ସ୍ୱାଭାବିକ ତାପମାତ୍ରା ଠାରୁ ୩ ରୁ ୫ ଡିଗ୍ରୀ ସେଲ୍ସିୟସ ଅଧିକ ରହିବ । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ମାର୍ଚ୍ଚ ୩୧ ତାରିଖ ଠାରୁ ଏପ୍ରିଲ ୨ ତାରିଖ ପର୍ଯ୍ୟନ୍ତ ସମ୍ବଲପୁର, ବରଗଡ଼, ସୋନପୁର, ବୌଦ୍ଧ, ବଲାଙ୍ଗିର, ଅନୁଗୋଳ ଓ କଳାହାଣ୍ଡି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।