କୁମୁଲି ଗ୍ରାମ ର ସରସ୍ୱତୀ ଶିଶୁ ମନ୍ଦିର ଠାରେ ପରୀକ୍ଷା ଫଳ ସମୀକ୍ଷା ବୈଠକ ଅନୁଷ୍ଠିତ

0
181
କୁମୁଲି ଗ୍ରାମ ର

ରିପୋର୍ଟ : ରବି ଶଙ୍କର ମହାପାତ୍ର
କୋରାପୁଟ, (୦୧/୦୪) : ବୋରିଗୁମ୍ମା ବ୍ଲକ କୁମୁଲି ଗ୍ରାମ ର ସରସ୍ୱତୀ ଶିଶୁ ମନ୍ଦିର ଠାରେ ପରୀକ୍ଷା ଫଳ ସମୀକ୍ଷା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2022 04 01 at 10.43.00 AM କୁମୁଲି ଗ୍ରାମ ର ସରସ୍ୱତୀ ଶିଶୁ ମନ୍ଦିର ଠାରେ ପରୀକ୍ଷା ଫଳ ସମୀକ୍ଷା ବୈଠକ ଅନୁଷ୍ଠିତ

ଏହି ବୈଠକରେ ଜିଲ୍ଲା ପରିଷଦ ସଭ୍ୟ ନୃସିଂହ ନାଥ ଶତପଥୀ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ଜଣାପଡିଛି । ଛାତ୍ରଛାତ୍ରୀଙ୍କ ଶିକ୍ଷା ର ବିକାଶ ସମ୍ପର୍କରେ ଏହି କାର୍ଯ୍ୟକ୍ରମରେ ଆଲୋଚନା କରାଯାଇ ଥିଲା । କୁମୁଲି ଗ୍ରାମ ର ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ଦେବେନ୍ଦ୍ର ତ୍ରିପାଠୀ, ପ୍ରତାପ ହୋତା, ପ୍ରଧାନ ଆଚାର୍ଯ୍ୟ ଓ ଏ. ଶଙ୍କର ପ୍ରମୁଖ ମଞ୍ଚାସୀନ ଥିବାବେଳେ ଛାତ୍ର ଛାତ୍ରୀ ମାନଙ୍କ ପରୀକ୍ଷା ଫଳକୁ ନେଇ ବିସ୍ତୃତ ଆଲୋଚନା ହୋଇଥିବା ଜଣାପଡିଛି ।

୨୦୨୧-୨୨ ଶିକ୍ଷା ବର୍ଷ ର ବାର୍ଷିକ ଫଳାଫଳ ଘୋଷଣା କରାଯିବା ସହ ଅତିଥି ମାନଙ୍କ ଦ୍ୱାରା ଛାତ୍ରଛାତ୍ରୀ ମାନଙ୍କୁ ପ୍ରଗତି ପତ୍ର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅଭିଭାବକ, ସମସ୍ତ ଗୁରୁଜୀ, ଗୁରୁମାଁ ଓ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିବା ଜଣାପଡିଛି ।