ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ପରୀକ୍ଷା ପେ-ଚର୍ଚ୍ଚା କାର୍ଯ୍ୟକ୍ରମ ଅନୁଷ୍ଠିତ

0
169
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ

ରିପୋର୍ଟ : ଧ୍ରୁବରାଜ ମିଶ୍ର //
ସୋନପୁର, (୧/୪) : ସୁବର୍ଣ୍ଣପୁର ଜିଲ୍ଲା ଗ୍ରନ୍ଥାଗାର ପ୍ରେକ୍ଷାଳୟରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ “ପରୀକ୍ଷା ପେ ଚର୍ଚ୍ଚା ୨୦୨୨” ର ସିଧା ପ୍ରସାରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏହି ଆଭାସୀ କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର କେନ୍ଦ୍ରୀୟ ବିଦ୍ୟାଳୟ ର ଛାତ୍ରଛାତ୍ରୀ ଓ ଶିକ୍ଷକ-ଶିକ୍ଷୟତ୍ରୀ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ପରୀକ୍ଷା ସଂପର୍କୀତ ବକ୍ତବ୍ୟ ଶୁଣିବା ସହ ପରୀକ୍ଷା ସମ୍ବନ୍ଧୀୟ ପ୍ରସ୍ତୁତି ତଥା ପ୍ରାୟୋଗିକ ଜ୍ଞାନର ବ୍ୟବହାରିକ ଦିଗ ଉପରେ ଦେଇଥିବା ପରାମର୍ଶକୁ ଗ୍ରହଣ କରିଛନ୍ତି । ସୁବର୍ଣ୍ଣପୁର କେନ୍ଦ୍ରିୟ ବିଦ୍ୟାଳୟ ର ଅଧ୍ୟକ୍ଷ ଅଶୋକ ସରଭଙ୍ଗ ଙ୍କ ଉପସ୍ଥିତିରେ ନବମ, ଦଶମ, ଏକାଦଶ ଓ ଦ୍ବାଦଶ ଶ୍ରେଣୀ ର ଅଧ୍ଯୟନରତ ଛାତ୍ରଛାତ୍ରୀ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

ପ୍ରଧାନମନ୍ତ୍ରୀଙ୍କ ଏହି ଅଭିନବ ତଥା ଯୁଗପୋଯୋଗୀ ଚର୍ଚ୍ଚାକୁ ଶିକ୍ଷକ ଓ ଛାତ୍ରଛାତ୍ରୀ ମହଲରେ ସ୍ବାଗତ କରାଯାଇଥିବା ବେଳେ ଏହାଦ୍ବାରା ପରୀକ୍ଷାକୁ ନେଇ ମାନସିକ ଏବଂ ବୌଦ୍ଧିକ ସ୍ତରରେ ପ୍ରସ୍ତୁତି ଉପରେ ଅନେକ କିଛି ଜାଣିହେଲା ବୋଲି ଅନେକ ଛାତ୍ରଛାତ୍ରୀ ପ୍ରକାଶ କରିଛନ୍ତି ।