ଇସଲାମାବାଦରେ ୧୪୪ ଧାରା ଜାରି : ପାକିସ୍ତାନ ଭବିଷ୍ୟତ ପାଇଁ ଗୁରୁତ୍ୱପୂର୍ଣ୍ଣ ଦିନ

0
175
ଇସଲାମାବାଦରେ ୧୪୪ ଧାରା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ପାକିସ୍ତାନ, (୦୩/୦୪) : ରବିବାର ପାକିସ୍ତାନ ଭବିଷ୍ୟତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ । ଇସଲାମାବାଦରେ ୧୪୪ ଧାରା ଜାରି । ପାକିସ୍ତାନ ସଂସଦରେ ଦେଶ ର ବଜିର- ଏ- ଆଜମଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଉପରେ ଭୋଟିଂ ହେବ ।

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ଦଳ ନିଜ ଷ୍ଟାଣ୍ଡରେ ପରିବର୍ତ୍ତନ କରି ରବିବାର ଭୋଟିଂ ରେ ଭାଗ ନେବାକୁ ଘୋଷଣା କରିଦେଇଛି । ଇମ୍ରାନଙ୍କ ଘୋଷଣା ପରେ କେବଳ ସଂସଦ ନୁହେଁ ସଂସଦ ବାହାରେ ବି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ପାକିସ୍ତାନ ର ରାଜଧାନୀ ଇସଲାମାବାଦରେ ୧୪୪ ଧାରା ଜାରି କରାଯାଇଛି । ଯାହା ଆସନ୍ତା ୨ ମାସ ପର୍ଯ୍ୟନ୍ତ ଅର୍ଥାତ୍ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଲାଗୁ କରାଯିବ ।

ଅବିଶ୍ୱାସ ପ୍ରସ୍ତାବ ଉପରେ ଭୋଟିଂ ଦିନ ଅର୍ଥାତ୍ ୩ ଏପ୍ରିଲରେ ମେଟ୍ରୋ ବସ୍ ସେବା ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ସଂସଦ ସମେତ ପ୍ରମୁଖ ବିଲଡିଂ ଥିବା ଅଞ୍ଚଳକୁ ରେଡ୍ ଜୋନ୍ ଘୋଷଣା କରି ଘେରାବନ୍ଦୀ କରି ରଖାଯାଇଛି । ସେହି ବାଟରେ ଯାଇଥିବା ରାସ୍ତାରେ କଣ୍ଟେନର ରଖିଦିଆଯାଇଛି । ସାଧାରଣ ଜନତାଙ୍କ ପାଇଁ ଏସବୁ ରାସ୍ତାକୁ ବନ୍ଦ କରି ଦିଆଯାଇଛି ।