ଶ୍ରୀରାମଲୀଳା ଯାତ୍ରା ମହା ଆଡମ୍ବରରେ ଆୟୋଜନ ପାଇଁ ପ୍ରସ୍ତୁତି

0
225
ଶ୍ରୀରାମଲୀଳା

ରିପୋର୍ଟ : ସୁଶାନ୍ତ ବେହେରା //
“ପଲ୍ଲୀଶ୍ରୀ ଓ ପୁସ୍ତକ ମେଳା ସହ ଆୟୋଜିତ ହେବ ଆକର୍ଷଣୀୟ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ”
ବୌଦ୍ଧ, (୦୬/୪) : କରୋନା କଟକଣା ହଟିବା ପରେ ଦୁଇବର୍ଷ ହେଲା ବନ୍ଦ ରହିଥିବା ବୌଦ୍ଧ ର ଐତିହାସିକ ଶ୍ରୀରାମଲୀଳା ଯାତ୍ରା ଚଳିତ ବର୍ଷ ମହାଆଡମ୍ବରରେ କରାଯିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି ।29c47a34 0ae0 43e8 af47 2561a2bcd44f ଶ୍ରୀରାମଲୀଳା ଯାତ୍ରା ମହା ଆଡମ୍ବରରେ ଆୟୋଜନ ପାଇଁ ପ୍ରସ୍ତୁତି

ଅପ୍ରେଲ ୧୦ ତାରିଖ ଠାରୁ ୨୭ ତାରିଖ ପର୍ଯ୍ୟନ୍ତ ୧୮ ଦିନ ଧରି ହେବାକୁ ଥିବା ବୌଦ୍ଧ ର ଏହି ଶ୍ରୀରାମଲୀଳା ଯାତ୍ରା ସଫଳ କରିବା ପାଇଁ ଜିଲାପାଳ ଲଲାଟେନ୍ଦୁ ମିଶ୍ର ଆହ୍ୱାନ ଜଣାଇବା ସହିତ ଏନେଇ ଏକ ପ୍ରସ୍ତୁତି ବୈଠକ ଜିଲାପାଳ ଶ୍ରୀ ମିଶ୍ରଙ୍କ ଅଧକ୍ଷତାରେ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ।

ପାରମ୍ପରିକ ନୃତ୍ୟ ସଙ୍ଗିତ ସହିତ ରାମଳୀଲା ଯାତ୍ରାକୁ ନୂଆରୂପ ଦେବାକୁ ଦେବାକୁ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଯାତ୍ରାରେ ଅଧିକ ସଂଖ୍ୟାରେ ଲୋକଙ୍କୁ ସାମିଲ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଛି । ପବିତ୍ର ରାମନବମୀ ଠାରୁ ଏହି ଯାତ୍ରା ବୌଦ୍ଧର ଐତିହାସିକ ରାମଲୀଳା ପଡିଆରେ ଆରମ୍ଭ ହେବାକୁ ଯାଉଅଛି ।

ଯାତ୍ରା ର ବିଭିନ୍ନ କଥାବସ୍ତୁ କୁ ବିଭିନ୍ନ ସାହିରେ ଆୟୋଜନ କରାଯିବା ସହିତ ପଥପ୍ରାନ୍ତ ନାଟକ, ଶୋଭାଯାତ୍ରା, ସୁଦୃଶ୍ୟ ତୋରଣ ଓ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଜରିଆରେ ଦର୍ଶକମାନଙ୍କୁ ଭରପୁର ମନୋରଞ୍ଜନ ଦେବାକୁ ଯୋଜନା କରାଯାଇଛି । ବିଭିନ୍ନ ସାହିବାସିନ୍ଦା ଓ ମାର୍କେଟ କମିଟି, ସ୍ୱେଛାସେବୀ ଯୁବକସଂଘମାନଙ୍କୁ ଯାତ୍ରା ସହିିତ ସାମିଲ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଛି । ଯାତ୍ରା ର ଶେଷ ୫ ଦିନ ୨୩.୪.୨୨ ଠାରୁ ୨୭.୪.୨୨ ପର୍ଯ୍ୟନ୍ତ ବୌଦ୍ଧ କଚେରୀ ପଡିଆଠାରେ ପଲ୍ଳଶ୍ରୀ ମେଳା ସହିତ ପୁସ୍ତକ ମେଳା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ପଲ୍ଳଶ୍ରୀ ମେଳା ପାଇଁ ୧୦୦ ଗୋଟି ଷ୍ଟଲ ଓ ପୁସ୍ତକ ମେଳା ପାଇଁ ୩୦ ରୁ ଅଧିକ ଷ୍ଟଲ ଏହି ପରି ସର୍ବମୋଟ ୧୩୦ ରୁ ଅଧିକ ଷ୍ଟଲ କରାଯିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି ।

ଯାତ୍ରାରେ ଜନଗହଳିକୁ ଦୃଷ୍ଟିରେ ରଖି ଜିଲ୍ଲା ଷ୍ଟାଡିୟମଠାରେ ରାମ ରାବଣ ସମର ଆୟୋଜନ ସହ ଆକର୍ଷଣୀୟ ଆତସବାଜୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅଶ୍ୱିନୀ କୁମାର ମେହେର, ଓରମାସ ଅଧିକାରୀ ଫ୍ରାନସିସ ବାର୍ଲା ଓ ଜିଲା ସଂସ୍କୃତି ଅଧିକାରୀ ଶୁକ୍ରୁ ସ୍ୱାଇଁଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ପଲ୍ଲୀଶ୍ରୀ ଓ ପୁସ୍ତକ ମେଳା ଆୟୋଜନ କରାଯିବାକୁ ଦାୟିତ୍ୱ ପ୍ରଦାନ କରାଯାଇଛି । ଏହି ବୈଠଳରେ ଏନଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର, ଅତିରିକ୍ତ ଜିଲାପାଳ ବବିତାରାଣୀ ଦଳବେହେରା, ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ, ଏପିଡି ଫାଇନାନଓ ଅମିତ କୁମାର ପାଣି ଓ ଏପିଡି ଟ୍ରେନିଙ୍ଗ ଅମ୍ରିତା ପ୍ରିୟଦର୍ଶିନୀ ପଣ୍ଡାଙ୍କ ସମେତ ରାମଲୀଳା ନାଟ୍ୟ ସଂସଦ ର କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ ।