ଅର୍ଚ୍ଚନା କୁମାରୀ ମଙ୍ଗରାଜ ଜିଲ୍ଲା ସଂସ୍କୃତି ଅଧିକାରୀ ଭାବେ ନିଯୁକ୍ତ

0
225
ଅର୍ଚ୍ଚନା କୁମାରୀ ମଙ୍ଗରାଜ

ରିପୋର୍ଟ : ପ୍ରଣତି ସାବତ //
କାଶୀନଗର, (୦୭/୦୪) : ଗଜପତି ଜିଲ୍ଲା ରେ ବହୁତ୍ ଦିନ ହେଲା ସଂସ୍କୃତି ଅଧିକାରୀ ପଦବୀ ଖାଲି ପଡିଥିଲା । ଯାହାଫଳରେ ଜିଲ୍ଲାରେ ସାଂସ୍କୃତିକ କାର୍ଯ୍ୟକ୍ରମ ବାଧା ଉପୁଜୁଥିବା ନେଇ ବିଭିନ୍ନ ଗଣ ମାଧ୍ୟମ ରେ ପ୍ରକାଶ ପାଇଥିଲା ।

ଗଜପତି ଜିଲ୍ଲା ଗୋଟିଏ କଳା ଓ ସଂସ୍କୃତି ଭରା ଜିଲ୍ଲା | ଏଣୁ ଏଠାରେ ଜଣେ ସ୍ଥାୟୀ ସଂସ୍କୃତି ଅଧିକାରୀଙ୍କ ଆବଶ୍ୟକତା ରହିଛି । ଏବେ ଅର୍ଚ୍ଚନା କୁମାରୀ ମଙ୍ଗରାଜ ନିଯୁକ୍ତି ପାଇବା ପରେ ସେହି ଆଶା ପୂର୍ଣ୍ଣ ହେଲା | ଜିଲ୍ଲାରେ ଏକ ପୂର୍ଣ୍ଣାଙ୍ଗ ସଂସ୍କୃତି ଭବନ ନିର୍ମାଣ କଲେ ସଂସ୍କୃତି ର ଆଦାନ ପ୍ରଦାନ ଓ ବିକାଶ ହେବ ବୋଲି ଜିଲ୍ଲାବାସି ଦାବୀ କରିଛନ୍ତି ।