ଆଜିଠୁ ୧୮ ବର୍ଷରୁ ଅଧିକ ବୟସ୍କ ନେଇପାରିବେ ବୁଷ୍ଟର ଡୋଜ୍

0
135
ଆଜିଠୁ ୧୮ ବର୍ଷରୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୧୦/୦୪) : ଦେଶରେ ଆଜିଠୁ ୧୮ ବର୍ଷରୁ ଅଧିକ ଲୋକଙ୍କୁ ବୁଷ୍ଟର ଡୋଜ୍ ଦେବା ଆରମ୍ଭ ହେବ । ଏହା ପୂର୍ବରୁ କୋଭିଡ ଟିକା ର ଦାମ କମିଛିି । କୋଭିସିଲ୍ଡ ଟିକା ଏଣିକି ୬ ଶହ ଟଙ୍କା ବଦଳରେ ୨୨୫ ଟଙ୍କାରେ ଉପଲବ୍ଧ ହେବ । 

ସେରମ ଇନଷ୍ଟିଚ୍ୟୁଟର ସିଇଓ ଅଦର ପୁନାୱାଲ ଏହି ଘୋଷଣା କରିଛନ୍ତି । ଆଜିଠୁ ୧୮ ବର୍ଷରୁ ଅଧିକ ବୟସ୍କ ତୃତୀୟ ବା ବୁଷ୍ଟର ଡୋଜ ନେଇପାରିବେ । କେନ୍ଦ୍ର ସରକାରଙ୍କ ସହ ଆଲୋଚନା ପରେ ଏଭଳି ନିଷ୍ପତ୍ତି ନିଆଯାଇଥିବା ଟ୍ୱିଟ କରିଛନ୍ତି ପୁନାୱାଲା । ସେହିଭଳି ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ ଟିକାର ଦାମ ବି କମିଛି । ଏଣିକି ଘରୋଇ ହସପିଟାଲ ଗୁଡିକରେ ଏହି ଟିକା ବି ୨୨୫ ଟଙ୍କାରେ ମିଳିପାରିବ । ପୂର୍ବରୁ ଏହାର ମୂଲ୍ୟ ୧୨ ଶହ ଟଙ୍କା ଥିଲା ।

ଯେଉଁମାନେ ଦ୍ୱିତୀୟ ଡୋଜ ନେବାର ୯ ମାସ ହେଲାଣି, ସେମାନେ ବୁଷ୍ଟର ଡୋଜ ନେଇପାରିବେ । କରୋନା ର ଅନେକ ଭାରିଆଣ୍ଟ ଏବେ ସାମ୍ନାକୁ ଆସିଲାଣି । ଆଉ ଏହାର ମୁକାବିଲା ପାଇଁ କେନ୍ଦ୍ର ସରକାର ବଡ ଟିକାକରଣ ଅଭିଯାନ ଚଳାଇଛନ୍ତି । ଆଉ ବୁଷ୍ଟର ଡୋଜ ଭାରତର କରୋନା ବିରୋଧ ଲଢେଇରେ ସହାୟକ ହେବ ।