ରାଜିଙ୍ଗ ଗ୍ରାମରେ ଗ୍ରାମବାସୀ ଙ୍କ ଦ୍ୱାରା ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ

0
171
ରାଜିଙ୍ଗ ଗ୍ରାମରେ

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୧୦/୦୪) : ବୌଦ୍ଧ ଜିଲ୍ଲା ର ହରଭଙ୍ଗା ବ୍ଲକ ପୁରୁଣା କଟକ ପଞ୍ଚାୟତ ଅନ୍ତର୍ଗତ ରାଜିଙ୍ଗ ଗ୍ରାମରେ ରବିବାର ଦିନ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ସମିତି ସଭ୍ୟ ସରୋଜ ପ୍ରଧାନ ଏବଂ ୱାର୍ଡ ସଭ୍ୟ ଦୁର୍ବାଦଲ ସେଠିଙ୍କ ନେତୃତ୍ୱରେ ଏହି ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ରାଜିଙ୍ଗ ଗ୍ରାମରେ ଦୀର୍ଘ ଦିନ ହେଲା ପଡ଼ି ରହିଥିବା ଅଳିଆ ଆବର୍ଜନା କୁ ସଫା କରାଯିବା ସହିତ ଡ୍ରେନେଜ, ସ୍କୁଲ ପରିଶର, ଅଙ୍ଗନୱାଡ଼ି ପରିସରକୁ ସଫା କରାଯାଇଥିଲା । ଏହି ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ରେ ଗ୍ରାମ ର ସମସ୍ତ ଲୋକେ ଏକତ୍ରିତ ହୋଇ ସଫେଇ କାର୍ଯ୍ୟକ୍ରମ କୁ ସଫଳ କରିଥିବା ଦେଖିବାକୁ ମିଳିଛି ।