ଏଡ୍ସ ଭୁତାଣୁ ରେ ସଂକ୍ରମିତ ହୋଇ ଏ.ଆର.ଟି. ଭରଷାରେ ରୋଗୀଙ୍କ ଦୁର୍ଦ୍ଦଶା ଅତ୍ୟନ୍ତ ଦୟନୀୟ

0
251
ଏଡ୍ସ ଭୁତାଣୁ ରେ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, ତା(୧୦/୦୪) : ଦାଦନ ପ୍ରବଣ ବଲାଙ୍ଗୀର ଜିଲ୍ଲାରେ ଏଡ୍ସ ଭୁତାଣୁ ରେ ସଂକ୍ରମିତ ହୋଇ ଏ.ଆର.ଟି. ଭରଷା ରେ ଜୀବନ କାଟୁ ଥିବା ଲୋକ ଙ୍କ ଦୁର୍ଦ୍ଦଶା ଅତ୍ୟନ୍ତ ଦୟନୀୟ ହୋଇ ପଡିଛି ।

ଉଭୟ କେଦ୍ର ଓ ରାଜ୍ୟ ସରକାର ଲକ୍ଷ ଲକ୍ଷ ଟଙ୍କା ର ବୀମା ସହ ସମସ୍ତ ଚିକିତ୍ସା ବ୍ୟବସ୍ଥା ର ଡିଣ୍ଡିମ ପିଟୁ ଥିବା ବେଳେ ଏହି ମାରାତ୍ମକ ଏଡ୍ସ ଭୁତାଣୁ ରେ ସଂକ୍ରମିତ ହୋଇ ମୃତ୍ୟୁ କୁ ଅପେକ୍ଷା କରିବା ଘଟଣା ଘଟି ଚାଲିଛି । ବିଶେଷ କରି ରାଜ୍ୟ ଏଡ୍ସ ନିୟନ୍ତ୍ରଣ ସମିତି (ଓସାକ୍ସ) ତରଫରୁ ପ୍ରକଳ୍ପ ନିର୍ଦ୍ଦେଶକ ଙ୍କୁ ମଧ୍ୟ ଏ ଦୟନୀୟ ସ୍ଥିତି ବିଷୟରେ ବାରମ୍ବାର ଡାକ ଯୋଗେ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ତରଫରୁ ଆବେଦନ କରି ନିରାଶ ହେବା ସାର ହେଉଛି ।

ମାସ ମାସ ଧରି ଔଷଧ ଆଣି ଯିବାକୁ ଅସମର୍ଥ ହୋଇ ଗୁରୁତର ଅବସ୍ଥାରେ ଶଯ୍ୟାଶାୟୀ ହୋଇ ପଡି ରହି ଜଣେ ପରେ ଜଣେ ଶୋଚନୀୟ ମୃତ୍ୟୁ ର ଶିକାର ହେବା ସାର ହେଉଛି । ଏ ବିଷୟରେ ଉଚ୍ଚ ବରିଷ୍ଠ ଅଧିକାରୀ ଜାଣି ସୁଦ୍ଧା ନିରବ । ଜିଲ୍ଲା ର ଟିଟିଲାଗଡ଼ ସବ୍ଡିଭିଜନ ରେ ବହୁ ସଂଖ୍ୟକ ଆକ୍ରାନ୍ତ ଥିବା ଓ ନୂତନ ଆକ୍ରାନ୍ତ ଚିନ୍ହଟ ହୋଇ ଲଜ୍ୟା ଓ ଭୟ ରେ ମୃତ୍ୟୁ କୁ ନିମନ୍ତ୍ରଣ କରୁଥିବା ନେଇ ତୁରନ୍ତ ବିଭାଗୀୟ ମୁଖ୍ୟ ଶାସନ ସଚିବ ଦୃଷ୍ଟି ଦେବାକୁ ଦୃଢ ଦାବି ହେଉଛି ।

ଏ ମହିଳା ଙ୍କ କେହି ସାହା ଭରସା ନ ଥିବା ବେଳେ ତାଙ୍କ ସ୍ୱାମୀ ଏଚ.ଆଇ.ଭି./ଏଡ୍ସରେ ଆକ୍ରାନ୍ତ ହୋଇ ଏ.ଆର.ଟି. ଔଷଧ ନ ପାଇ ଗୁରୁତର ଥିବା ବେଳେ ଶଯ୍ୟାଶାୟୀ ସ୍ୱାମୀ ଙ୍କୁ ଅର୍ଥ ଅଭାବରୁ ନେଇ ପାରୁ ନ ଥିବା ବେଳେ ସାହାଯ୍ୟ ଭିକ୍ଷା ମାଗୁଛନ୍ତି । ଏଭଳି ଅନେକ ଆକ୍ରାନ୍ତ ଙ୍କ ନିମନ୍ତେ ସ୍ୱତନ୍ତ୍ର ଏ.ଆର.ଟି. ଔଷଧ ପ୍ରଦାନ ପାଇଁ ଦୃଢ ଦାବି ହେଉଛି ।