ସିଦ୍ଧ ହନୁମାନ ମନ୍ଦିର ଉପଦେଷ୍ଟା ବୋର୍ଡ ତରଫରୁ ହନୁମାନ ଜୟନ୍ତୀ ଉତ୍ସବ ଅନୁଷ୍ଠିତ

0
145
ସିଦ୍ଧ ହନୁମାନ ମନ୍ଦିର

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୧୬/୦୪) : ପବିତ୍ର ଚୈତ୍ର ପୂର୍ଣ୍ଣିମା ଅବସରରେ ସିଦ୍ଧ ହନୁମାନ ମନ୍ଦିର ଉପଦେଷ୍ଟା ବୋର୍ଡ ତରଫରୁ ମହାନଦୀ ମଧ୍ୟସ୍ଥ ହନୁମାନ ମନ୍ଦିର ପରିସରରେ ହନୁମାନ ଜୟନ୍ତୀ ଉତ୍ସବ ଆୟୋଜିତ ହୋଇଯାଇଛି lWhatsApp Image 2022 04 16 at 8.27.42 PM ସିଦ୍ଧ ହନୁମାନ ମନ୍ଦିର ଉପଦେଷ୍ଟା ବୋର୍ଡ ତରଫରୁ ହନୁମାନ ଜୟନ୍ତୀ ଉତ୍ସବ ଅନୁଷ୍ଠିତ

ସର୍ବ ପ୍ରଥମେ ସକାଳେ ସୂର୍ଯ୍ୟ ପୂଜା, ଧ୍ବଜାରୋପଣ, କଳସ ଶୋଭାଯାତ୍ରା,୧୦୮ ହନୁମାନ ଚାଲିଶା ପାଠ ପରେ ସନ୍ଧ୍ୟାରେ ଯଜ୍ଞ, ହନୁମାନ କଥା ପ୍ରବଚନ ଓ଼ ଅର୍ଣ୍ଣ ଯଜ୍ଞ ଅନୁଷ୍ଠିତ ହୋଇଥିଲା l ଏଥିରେ ମୁଖ୍ୟ ପୂଜଜ ଭାବେ ଅଙ୍ଗିରା ମିଶ୍ର ଗରିବ ମିଶ୍ର, ମାନସ ମିଶ୍ର, ମିନୁ ମିଶ୍ର, କର୍ତ୍ତାଭାବେ ରାଧେଶ୍ୟାମ ସାହୁ, ଶ୍ୟାମ ସୁନ୍ଦର ଅଗ୍ରୱାଲ ଦାୟିତ୍ୱ ତୁଳାଇଥିବା ବେଳେ ଆୟୋଜନରେ ସିଦ୍ଧ ହନୁମାନ ମନ୍ଦିର ଉପଦେଷ୍ଟା ବୋର୍ଡ ର ସଭାପତି କୃତ୍ତିବାସ ପଲିଆ, ସମ୍ପାଦକ ସୋରଜ ସାହୁ, ସହସମ୍ପାଦକ ଶଙ୍କର ସାହୁ, ମୁଖ୍ୟ କର୍ମକର୍ତ୍ତା ରାଜକୁମାର ସାହୁ, ନାରାୟଣ ପ୍ରଧାନ, ଆଦିତ୍ୟ ମିଶ୍ର, ଶୁଭେନ୍ଦୁ ବାରିକ ପ୍ରମୁଖ ସହଯୋଗ କରିଥିଲେ l