ବାଇକ ଦୁର୍ଘଟଣା ରେ ଜଣେ ମୃତ ଅନ୍ୟ ଜଣେ ଗୁରୁତର

0
159
ବାଇକ ଦୁର୍ଘଟଣା

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୧୬/୦୪) : ବୌଦ୍ଧ -ପୁରୀ ଜଗନ୍ନାଥ ସଡକ ରେ ବାଇକ ଦୁର୍ଘଟଣା । ଜଣେ ଦୁର୍ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣକୁ ଗୁରୁତର ଅବସ୍ଥା ରେ ବୌଦ୍ଧ ଜିଲ୍ଲା ମେଡିକାଲ ରୁ ବୁର୍ଲା ବଡ ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଛି ।

ସୂଚନା ମତେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସଂକୁଲୋଇ ପଞ୍ଚାୟତ ଅନ୍ତର୍ଗତ ପାଣିଘରା ର ସୁରେନ୍ଦ୍ର ବେହେରା ଓ ବୁଲୁରା ଗ୍ରାମ ର ଅନିଲ କର୍ମୀ କୌଣସି କାର୍ଯ୍ୟରେ ଜଗନ୍ନାଥ ସଡ଼କ ରେ ବୌଦ୍ଧ କୁ ଯାଇ ନିଜ ଘରକୁ ଫେରୁଥିବା ବେଳେ ରାମଗଡ ପଞ୍ଚାୟତ ପଲସlପlଟ ଜଗନ୍ନାଥ ସଡ଼କ ତସଲା ପଡିଆ ଠାରେ ଦିନ ୩ ଟା ସମୟରେ ଗାଡି ଭାରସାମ୍ୟ ହରାଇ ରାସ୍ତାକଡ଼ ଏକ ତାଳ ଗଛରେ ଧକ୍କା ଦେଇଥିଲା । ବାଇକ ଦୁର୍ଘଟଣା ରେ ଘଟଣା ସ୍ଥଳରେ ସୁରେନ୍ଦ୍ର ବେହେରା (୨୬) ଙ୍କ ମୃତ୍ୟୁ ହୋଇଥିବା ବେଳେ ଅନିଲ କର୍ମୀ ଗୁରୁତର ହୋଇଥିଲେ ।

ସ୍ଥାନୀୟ ଜନସାଧାରଣ ବୌଦ୍ଧ ଆମ୍ବୁଲାନ୍ସ କୁ ଖବର ଦେବା ପରେ ଖବର ପାଇ ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପହଞ୍ଚି ଦୁଇ ଜଣଙ୍କୁ ବୌଦ୍ଧ ଜିଲ୍ଲା ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଡାକ୍ତର ସୁରେନ୍ଦ୍ର କୁ ମୃତ ଘୋଷଣା କରିଥିବା ବେଳେ ଗୁରୁତର ଅନିଲ କୁ ବୁର୍ଲା ବଡ ମେଡିକାଲ କୁ ଚିକିତ୍ସା ପାଇଁ ସ୍ଥାନାନ୍ତରିତ କରାଯାଇଛି ।