ଡୁମୁରୀପଦର ଜଙ୍ଗଲରେ ବୋମା ନିଷ୍କ୍ରିୟ କଲେ ସୁରକ୍ଷା କର୍ମୀ

0
322
ଡୁମୁରୀପଦର ଜଙ୍ଗଲରେ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୧୮/୦୪) : ବୈପାରୀଗୁଡା ଥାନା ଅନ୍ତର୍ଗତ ଓଡିଶା ଛତିଶଗଡ ସୀମା ଡୁମୁରୀପଦର ଜଙ୍ଗଲରେ ବୋମା ନିଷ୍କ୍ରିୟ କଲେ ସୁରକ୍ଷା କର୍ମୀ ।

ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରି ଖଞ୍ଜା ଯାଇଥିବା ଲେଣ୍ଡମାଇନ ବୋମାକୁ ବୈପାରୀଗୁଡା ସ୍ଥିତ ୧୫୧ ବିଏସଏଫ ଯବାନ ଉଦ୍ଧାର କରିବା ସହ ନିଷ୍କ୍ରିୟ କରିଛନ୍ତି । ବୈପାରୀଗୁଡା ଥାନା ଅନ୍ତର୍ଗତ ଦଣ୍ଡାବାଡି ପଞ୍ଚାୟତ ର ଡୁମୁରୀପଦର ଜଙ୍ଗଲରେ ବିଏସଏଫ ପକ୍ଷରୁ ସର୍ଚ୍ଚ ଅପରେସନ ଜାରିରହିଥିବା ବେଳେ ସଡ଼କପୁଟ ଠାରୁ ଡୁମୁରୀପଦର ରାସ୍ତା କଢ଼ରେ ଥିବା କଲବେଟ ନିକଟରେ ଏକ ଲେଣ୍ଡମାଇନ ବୋମାକୁ ଖଞ୍ଜା ଯାଇଥିବା ଜାଣିବାକୁ ପାଇଥିଲେ ସୁରକ୍ଷା କର୍ମୀ ।

ବୈପାରୀଗୁଡା ସ୍ଥିତ ୧୫୧ ଵିଏନ ବିଏସଏଫ କୋମାଣ୍ଡେଣ୍ଡ ଅଜୟ କୁମାରଙ୍କ ତତ୍ୱାବଧାନରେ ଏହି ଲେଣ୍ଡମାଇନ ବୋମାକୁ ଉଦ୍ଧାର କରିବା ସହ ନିଷ୍କ୍ରିୟ କରିଛନ୍ତି ସ୍ପ୍ଲେସଲ ଅପରେସନ୍ ପାର୍ଟି । ମାଓବାଦୀଙ୍କ ଏକ ବଡ ଚକ୍ରାନ୍ତକୁ ସୁରକ୍ଷା କର୍ମୀଙ୍କ ସ୍ପ୍ଲେସଲ ଅପରେସନ୍ ପାର୍ଟି ଦ୍ୱାରା ବିଫଳ କରାଯାଇଥିବା ଜଣା ପଡିଛି ।