ମଶା ଠାରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି କି ? ଘରେ ଲଗାନ୍ତୁ ଏହି ସବୁ ଗଛ

0
148
ମଶା ଠାରୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୧୮/୦୪) : ଗରମ ଦିନେ ସନ୍ଧ୍ୟା ହେବା କ୍ଷଣି ମଶାର ଆତଙ୍କ ବଢ଼ିଯାଏ । ନା ବସେଇ ଦିଅନ୍ତି, ନା’ ଶୁଆଇ ଦିଅନ୍ତି । ମଶା ଲାଗି ସନ୍ଧ୍ୟା ହେବା ପରେ ଘର କବାଟ ଖୋଲିବାକୁ ମଧ୍ୟ ଭୟ ଲାଗେ । ସାଧାରଣ ରୂପେ ମଶା ଠାରୁ ମୁକ୍ତି ପାଇବା ପାଇଁ ଲୋକ ବଜାରରେ ମିଳୁଥିବା ମସ୍‌କିଟୋ ଧୂପ, ଲୁକ୍ୟୁଡ ଆଦିର ବ୍ୟବହାର କରିଥା’ନ୍ତି ।

ଏଥିରେ ବିଭିନ୍ନ ପ୍ରକାରର କେମିକାଲ ବ୍ୟବହାର ହୋଇଥାଏ । ଏହାକୁ ଜଳାଇବା କିମ୍ବା ଲଗାଇବା ଦ୍ୱାରା ମଶାଠାରୁ କିଛି ମାତ୍ରାରେ ମୁକ୍ତି ମିଳିଥାଏ ସତ କିନ୍ତୁ ଏହା ଆମ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ । କେମିକାଲ ବଦଳରେ ମଶାକୁ ଘରୁ ଦୂରେଇବା ପାଇଁ ଚାହୁଁଥିଲେ ଆପଣ ପ୍ରକୃତିର ସାହାରା ନେଇପାରିବେ । ଏଭଳି କିଛି ଔଷଧିୟ ଏବଂ ଫୁଲ ଗଛ ରହିଛି ଯାହାକୁ ଘରେ ଲଗାଇବା ଦ୍ୱାରା ମଶା ଠାରୁ ମୁକ୍ତି ମିଳିପାରିବ । ତେବେ ଆସନ୍ତୁ ଜାଣିବା ସେ ବିଷୟରେ:-

ଲେମନ ଗ୍ରାସ : ସାଧାରଣତଃ ପ୍ରତ୍ୟେକ ଘରେ ଲେମନ୍‌ ଗ୍ରାମର ବ୍ୟବହାର ତା’ର ବାସ୍ନା ଯୋଗୁଁ କରାଯାଇଥାଏ । ମଶା ଦୂର କରିବା ପାଇଁ ଏହି ଲେମନ ଗ୍ରାସ ଗଛଟି ବେଶ୍‌ ଉପକାରୀ । ଏହାର ବ୍ୟବହାର ଅନେକ ମଶା ଦୂର କରିବା ଔଷଧରେ ମଧ୍ୟ ବ୍ୟବହାର କରାଯାଇଥାଏ ।

ଗେଣ୍ଡୁ ଫୁଲ ଗଛ : ଗେଣ୍ଡୁ ଫୁଲ ଗଛ କେବଳ ଆପଣଙ୍କ ଘରର ବାଲକୋନୀକୁ ସୁନ୍ଦର କମରିଥାଏ ତାହା ନୁହେଁ, ଏହାର ସୁଗନ୍ଧ ମଶା ଏବଂ ବିଭିନ୍ନ ପ୍ରକାର ର ଉଡନ୍ତା କୀଟକୁ ଆପଣଙ୍କ ଘରଠାରୁ ଦୂରେଇ ରଖିଥାଏ । ମଶା ଦୂର କରିବା ପାଇଁ ଗେଣ୍ଡୁ ଫୁଲ ଗଛ ବେଶ ଉପକାରୀ । ମଶାଠାରୁ ମୁକ୍ତି ପାଇବା ପାଇଁ ଚାହୁଁଥିଲେ ଆପଣ ନିଜ ଘରେ ଗେଣ୍ଡୁ ଗଛ ଲଗାଇ ପାରିବେ ।

ଲାଭେଣ୍ଡର : ମଶା ଦୂର କରିବା ପାଇଁ ବଜାରରେ ମିଳୁଥିବା ମସ୍‌କିଟୋ ଲିକ୍ୟୁଡ୍‌ରେ ଲାଭେଣ୍ଡର ତେଲ ବ୍ୟବହାର କରାଯାଏ । ଏହି ଗଛକୁ ଘରେ ଲଗାଇବା ଦ୍ୱାରେ ପୁରା ଘର ବାସ୍ନାରେ ମହକି ଉଠେ । ଏଥିସହ ଲାଭେଣ୍ଡର ଗଛର ବାସ୍ନାରେ ମଶା ଘରେ ପ୍ରେବଶ କରିବା ପାଇଁ ସାହାସ ମଧ୍ୟ କରିନ୍ତି ନାହିଁ ।

ରସୁଣ ଗଛ : କୁହାଯାଏ ରସୁଣ ଖାଇବା ଦ୍ୱାରା ରକ୍ତରେ ଏକ ଭିନ୍ନ ଗନ୍ଧ ସୃଷ୍ଟି ହୋଇଥାଏ, ଯାହାକୁ ମଶାମାନେ ଆଦୌ ପସନ୍ଦ କରନ୍ତି ନାହିଁ। ଯଦି ଆପଣଙ୍କୁ ରସୁଣ ଖାଇବା ପସନ୍ଦ ନାହିଁ ତେବେ ନିଜ ଘରେ ଏକ ରସୁଣ ଗଛ ଲଗାନ୍ତୁ । ଏହାଦ୍ୱାରା ମଶା ଠାରୁ ନିଶ୍ଚିତ ରୂପେ ମୁକ୍ତି ମିଳିପାରିବ ।

ତୁଲସୀ ଗଛ : ତୁଲସୀ ଗଛ ପରିବେଶକୁ ସଫା ରଖିବା ସହ ଛୋଟଛୋଟ କୀଟ ପତଙ୍ଗ ଏବଂ ମଶାଙ୍କୁ ମଧ୍ୟ ଘର ଠାରୁ ଦୂରେଇ ରଖେ । ଏଥିରେ ଥିବା ଔଷଧିୟ ଗୁଣ ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ ।

ନିମ୍ବ ଗଛ : ମଶା, ମାଛି ଏବଂ ଛୋଟ ଛୋଟ କୀଟପତଙ୍ଗକୁ ଦୂର କରିବା ପାଇଁ ନିମ୍ବ ଗଛ ଲଗାଇବା ଅତ୍ୟନ୍ତ ଲାଭଦାୟକ । ଯଦି ଆପଣଙ୍କ ଘରେ ବଗିଚା ଅଛି ତେବେ ନିଶ୍ଚିତ ରୂପେ ସେଠାରେ ଏକ ନିମ୍ବ ଗଛ ଲଗାନ୍ତୁ । ଏହାଦ୍ୱାରା ଘର ଭିତରେ ମଶା ପ୍ରବେଶ କରିପାରିବ ନାହିଁ ।