ଛତିଶଗଡ଼ ସୀମାନ୍ତବର୍ତ୍ତୀ ଜଙ୍ଗଲରେ ଭିଜିଲାନ୍ସ ଚଢାଉ : ୪୭ ସିଏଫଟି ମୂଲ୍ୟବାନ କାଠ ଜବତ

0
214
ଛତିଶଗଡ଼ ସୀମାନ୍ତବର୍ତ୍ତୀ

ରିପୋର୍ଟ : ରବିଶଙ୍କର ମହାପାତ୍ର //
କୋରାପୁଟ, (୨୧/୪) : କୋରାପୁଟ ଜିଲ୍ଲା ଜୟପୁର ବନଖଣ୍ଡ ଅନ୍ତର୍ଗତ କୋଟପାଡ ବନାଞ୍ଚଳରେ ଥିବା ଓଡିଶା ଛତିଶଗଡ଼ ସୀମାନ୍ତବର୍ତ୍ତୀ ମାଲଚାମାଲ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ବେଆଇନ୍ ଭାବେ ବିପୁଳ ପରିମାଣର ମୂଲ୍ୟବାନ କାଠ ଗଚ୍ଛିତ ଥିବା ବିଷୟ ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଓଡିଶା ସରକାରଙ୍କ ଦୂ୍ର୍ନୀତି ନିବାରଣ ବିଭାଗ ଦ୍ବାରା ବୁଧବାର ମିଳିତ ଚଢାଉ କରାଯାଇଥିବା ଜଣାପଡିଛି ।

ଛତିଶଗଡ଼ ସୀମାନ୍ତବର୍ତ୍ତୀ ଜଙ୍ଗଲରେ ଚଢାଉ ସମୟରେ ୪୭. ୭୯୫ ସିଏଫଟି ମୁଲ୍ୟବାନ କାଠ ଜବତ କରାଯାଇଛି, ଯାହାର ମୂଲ୍ୟ ୧ ଲକ୍ଷ ୧୯ ହଜାର ୪୮୭ ଟଙ୍କା ଆକଳନ କରାଯାଇଛି । ଏ ନେଇ କୋଟପାଡ ବନାଞ୍ଚଳରେ ଓ.ଆର.କେସ୍ ନଂ ୪/୨୦୨୨ ରୁଜୁ କରାଯାଇ ଅନୁସନ୍ଧାନ ଜାରୀ ରହିଥିବା ଜଣାପଡିଛି । ପ୍ରକାଶ ଥାଉକି ଜୟପୁର ବନଖଣ୍ଡରେ ଫରେଷ୍ଟ ଗାର୍ଡଙ୍କ ସଂଖ୍ୟା ଆବଶ୍ୟକତାରୁ ଅନେକ ମାତ୍ରାରେ କମ୍ ଥିବାରୁ କୋରାପୁଟ ଜିଲ୍ଲାରେ ମୂଲ୍ୟବାନ ଜଙ୍ଗଲ ସମ୍ପଦ ର ସୁରକ୍ଷା ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି ।