କାଶୀନଗର ସହର ରେ ଗ୍ରୀଷ୍ମ ପ୍ରବାହ ଜାରି : ୪୦ ଡିଗ୍ରୀ ଉପରେ ଲୋକେ ହନ୍ତସନ୍ତ

0
193
କାଶୀନଗର ସହର ରେ

ରିପୋର୍ଟ : ପ୍ରଣତି ସାବତ //
କାଶୀନଗର, (୨୩/୦୪) : ଗଜପତି ଜିଲ୍ଲା ର କାଶୀନଗର ସହର ରେ ଓ ଏହାର ଆଖ ପାଖ ଅଞ୍ଚଳ ରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ଲୋକେ ହ ନ୍ତ ସନ୍ତ ହେଉଛନ୍ତି ।

ଆଜି କାଶୀନଗର ସହର ରେ ୪୦ ଡିଗ୍ରୀ ଉପରେ ରହିଛି । ଗତ କାଲି ପାରଳାଖେମୁଣ୍ଡି ଠାରେ ୪୧ ଡିଗ୍ରୀ ତାପମାତ୍ରା ରହିଥିଲା । ଲୋକେ ଦୋକାନ ବଜାର କୁ ବାହାରି ପାରିନାହାନ୍ତି । କଲେଜ ପିଲା ମାନେ ବହୁ ଦୂର ଦୁରାନ୍ତ ରୁ ଆସି ଘର କୁ ଫେରିଲା ବେଳେ ୧୨ ଟା ବାଜି ଯାଉଛି । ଚାଷୀ ମାନେ କ୍ଷେତ କୁ ଯାଇ ପାରୁନାହାନ୍ତି । ଏନ୍ ଏ ସି ତରଫରୁ ବିଭିନ୍ନ ସ୍ଥାନରେ ଜଳ ଛତ୍ର ଖୋଲାଯାଇଛି । ସବୁ ପଞ୍ଚାୟତକୁ ମଧ୍ୟ ଜଲଛତ୍ର ଖୋଲିବାକୁ ନିର୍ଦ୍ଧେଶ ହୋଇଛି । ବସ ଯାତ୍ରୀ ମାନେ ହଇରାଣ ହେଉଛନ୍ତି ବସ ଷ୍ଟାଣ୍ଡ ରେ ଯାତ୍ରୀ ନିବାସ ନାହିଁ ।