ପୁରୁଣା ପେନସନ ଦାବିରେ ମିଳିତ ଶିକ୍ଷକ ଓ କର୍ମଚାରୀ ସଂଘ ର ବୈଠକ

0
164
ପୁରୁଣା ପେନସନ ଦାବିରେ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୋନପୁର, (୨୫/୪) : ସୁବର୍ଣ୍ଣପୁର ଜିଲ୍ଲା ପ୍ରାଥମିକ ବିଦ୍ୟାଳୟ ସଂଘ ର ସାଧାରଣ ସମ୍ପାଦକ ଦିଲ୍ଲୀପ କୁମାର ମିଶ୍ର ଓ ସଭାପତି ଦାମୋଦର ପଣ୍ଡା ଙ୍କ ଆବାହକତ୍ୱରେ ସ୍ଥାନୀୟ NGOCC ହଲ ଠାରେ ପୁରୁଣା ପେନସନ ଦାବିରେ ଜିଲ୍ଲା ର ୨୫ ଟି ଶିକ୍ଷକ ଓ କର୍ମଚାରୀ ସଂଘ ର ପ୍ରତିନିଧିଙ୍କ ଏକ ବୈଠକ ଅନୁଷ୍ଠିତ ହେଇଥିଲା ।WhatsApp Image 2022 04 24 at 7.39.09 PM ପୁରୁଣା ପେନସନ ଦାବିରେ ମିଳିତ ଶିକ୍ଷକ ଓ କର୍ମଚାରୀ ସଂଘ ର ବୈଠକ

ଏହି ବୈଠକରେ ରାଜ୍ୟ ସଂଘ NGOCC ର ସାଧାରଣ ସମ୍ପାଦକ ତଥା ରାଜ୍ୟ ଅମଲାତନ୍ତ୍ର ସଂଘ ର କାର୍ଯ୍ୟକାରୀ ସଭାପତି ଚିତ୍ତରଞ୍ଜନ ତରାସିଆ, ଜିଲ୍ଲା ପୂର୍ବତନ ସଭାପତି ଦିଲ୍ଲୀପ ରଥ, ଶିକ୍ଷକ ତଥା ଆଇନଜୀବୀ ପ୍ରଦୀପ ପୁରୋହିତ, ବରିଷ୍ଠ ଶିକ୍ଷକ ସଦାନନ୍ଦ ପଣ୍ଡା ମଞ୍ଚାସିନ ହୋଇ ପୁରୁଣା ପେନସନ ଦାବିରେ ନିଜର ବକ୍ତବ୍ୟ ରଖିଥିଲେ ।

କେବଳ ପୁରୁଣା ପେନସନ ହିଁ କର୍ମଚାରୀ ମାନଙ୍କ ଭବିଷ୍ୟତକୁ ସୁରକ୍ଷା ପ୍ରଦାନ କରିବ କହି ବକ୍ତାମାନେ ମତ ପ୍ରକାଶ କରିଥିଲେ । ଏଥିପାଇଁ ତୃଣମୂଳ ସ୍ତରରୁ ଜିଲ୍ଲା ସଂଘ ଗୁଡିକ ମଜବୁତ କରିବାକୁ ଆହ୍ୱାନ ଦେଇଥିଲେ । ରାଜ୍ୟ ସଂଘ ତଥା ଜିଲ୍ଲା ସ୍ତରରେ ପୁରୁଣା ପେନସନ ପାଇଁ ଆନ୍ଦୋଳନ କରିବାକୁ ଏକ କୋର କମିଟି ଗଠନ କରଯାଇଥିଲା ।

ଏହି କମିଟି ରେ ଜିଲ୍ଲା ଚୁକ୍ତି ଭିତ୍ତିକ ସଂଘ ର ଚିନ୍ନୟାନନ୍ଦ ପାଢୀ, ରେଭେନ୍ୟୁ ସଂଘ ର ନବେନ୍ଦ୍ର ମହାକୁର, ପୋଲିସ ସଂଘ ର ରଞ୍ଜିତ ପଧାନ, VAW ସଂଘ ର ସୁଶାନ୍ତ ମଲ୍ଲିକ, ହାଇସ୍କୁଲ ସଂଘ ର ଲାଳବାବୁ ସେଠୀ ଓ ପିଷ୍ଟାରୁ ଦାମୋଦର ପଣ୍ଡା ମନୋନୀତ ହୋଇଥିଲେ ।

ଏହି ବୈଠକ ରେ ରେଭେନ୍ୟୁ ବିଭାଗ ର ନିରଞ୍ଜନ ନନ୍ଦ, ଜିଲ୍ଲାପାଳ ଅଫିସ ସଂଘ ର ଶିବା ଦାସ, କୋଶଳେଶ୍ୱର ପାଣିଗ୍ରାହୀ, VLW ସଂଘ ର ଭରତ କୁମ୍ଭାର, ସୁପରଭାଇଜର ସଂଘ ରୁ ଦିଲ୍ଲୀପ ପାଣିଗ୍ରାହୀ, ଚୁକ୍ତି ଭିତ୍ତିକ ଶିକ୍ଷକ ସଂଘ ର ମଧୁସୂଦନ ମହାକୁର, SRA ସଂଘ ର ଜିତେନ୍ଦ୍ର ପାଢୀ, NPS ସଂଘ ର ଆଶିଷ ନାଏକ, ପିଷ୍ଟା ର କାର୍ତ୍ତିକ ସାହୁ, ଓମ ପ୍ରକାଶ ପୂଜାରୀ, ହେମନ୍ତ ମେହେର, ଦୁର୍ଯୋଧନ ମେହେର, ଭେଟନାରୀ ର ସୁନୀଲ ପଣ୍ଡା, ପଞ୍ଚାୟତି ବିଭାଗ ର ସୁଶୀଲ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ । ଆସନ୍ତା ୧୫ ମେ’ ରେ ପରବର୍ତୀ ବୈଠକ ହେବାକୁ ନିଷ୍ପତି ନିଆଗଲା । ଶେଷରେ ଓମଓଏ ସଂଘ ର ସ୍ୱରୂପ ରଞ୍ଜନ ପୂଝ।ରୀ ଧନ୍ୟବାଦ ଦେଇଥିଲେ ।