କେନ୍ଦ୍ର ବେସାମରିକ ଉନ୍ନୟନ ସଚିବଙ୍କ ବୋରିଗୁମ୍ମା ଗସ୍ତ

0
169
କେନ୍ଦ୍ର ବେସାମରିକ ଉନ୍ନୟନ

ରିପୋର୍ଟ : ରବି ଶଙ୍କର ମହାପାତ୍ର
ବୋରିଗୁମ୍ମା, (୨୬/୪) : କେନ୍ଦ୍ର ବେସାମରିକ ଉନ୍ନୟନ ସଚିବ ତଥା କୋରାପୁଟ ପୂର୍ବତନ ଜିଲ୍ଲାପାଳ ଶ୍ରୀମତି ଊଷା ପାଢୀ ଆଜି ବୋରିଗୁମ୍ମା ବ୍ଳକ ର କଣାଗାଁ ଫୁଡ ପ୍ଲାଜା ପରିଦର୍ଶନ କରିଥିବା ଜଣାପଡିଛି ।

ନିକଟସ୍ଥ ଏକ ଦୋକାନରୁ ଏକ ସାଲ କିଣି ଅନ ଲାଇନ ପେମେଣ୍ଟ କରିଥିବା ଦେଖାଯାଇଛି । କିଛି ସ୍ୱୟଂ ସହାୟକ ସମୁହ ର ସଭ୍ୟା ହୁଳହୁଳି ଦେଇ କେନ୍ଦ୍ର ବେସାମରିକ ଉନ୍ନୟନ ସଚିବ ଶ୍ରୀମତି ପାଢୀଙ୍କୁ ସ୍ୱାଗତ କରିଥିବା ବେଳେ ଦୋକାନ ଗୁଡିକ ବୁଲି ଦୋକାନୀ ମାନଙ୍କ ସହ ଶ୍ରୀମତି ପାଢୀ ଆଲୋଚନା କରିଥିବା ଦେଖାଯାଇଥିଲା । ସେହିପରି ଶଶାହାଣ୍ଡି ଗ୍ରାମ ର ଏକ ବିଦ୍ୟାଳୟକୁ ମଧ୍ୟ ପରିଦର୍ଶନ କରିଥିବା ଜଣାପଡିଛି ।

ବି. ଡି. ଓ. ପ୍ରଣୟ ରଞ୍ଜନ ବେହେରା, ଗୋଷ୍ଠୀ ଶିକ୍ଷା ଅଧିକାରୀ ଶତୃଘ୍ନ ଖଣ୍ଡା, କୋଟପାଡ଼ ପୂର୍ବତନ ବିଧାୟକ ତଥା ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଚନ୍ଦ୍ରଶେଖର ମାଝି, ମନ୍ତ୍ରୀ ପ୍ରତିନିଧି ନରେନ୍ଦ୍ର ବିଶୋଇ ତଥା ଜିଲ୍ଲା ପରିଷଦ ଜୋନ୍ ୧ ସଭ୍ୟ ପ୍ରସାଦ ବିଡିକା ପ୍ରମୁଖ ସେଠାରେ ଉପସ୍ଥିତ ଥିବା ଜଣାପଡିଛି ।