ଶିକ୍ଷକ ନିଯୁକ୍ତି ରେ ଦଲାଲି ଅଭିଯୋଗ

0
194
ଶିକ୍ଷକ ନିଯୁକ୍ତି

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୯/୦୪) : ଓଡ଼ିଶା ସରକାର ଗତ ମାସ ରେ କରିଥିବା ହାଇସ୍କୁଲ ଶିକ୍ଷକ ନିଯୁକ୍ତି ପରୀକ୍ଷା ରେ ବହୁ ଚଞ୍ଚକତା ହୋଇଥିବାର ଅଭିଯୋଗ ହୋଇଛି ।

ବର୍ତ୍ତମାନ ଓଡ଼ିଶା ସାରା ଏହି ଚଞ୍ଚକତା ନେଇ ଅଡିଓ ଓ ଭିଡ଼ିଓ ଭାଇରାଲ ହୋଇ ବୁଲୁଛି । ହାଇସ୍କୁଲ ଶିକ୍ଷକ ନିଯୁକ୍ତି ପରୀକ୍ଷା ରେ ହୋଇଥିବା ଏହି ଅନିୟମିତତା ର ମୋଟା ଚେର ଗଜପତି ଜିଲ୍ଲା ଓ କାଶୀନଗର ବ୍ଲକ ପର୍ଯ୍ୟନ୍ତ ଲମ୍ବିଥିବା ଅଭିଯୋଗ ହୋଇଛି । ଡି ଏସ ସି ଓ ଏହା ସହିତ ସମ୍ପୃକ୍ତ ଏଜେନ୍ସି ଏହି କାର ବାର ସହିତ ସଂପୁକ୍ତ ଥିବା ଅଭିଯୋଗ ହୋଇଛି ।

ହାଇସ୍କୁଲ ଶିକ୍ଷକ ପାଇଁ ୧୦ ଲକ୍ଷ ଟଙ୍କା ଓ ପ୍ରାଥମିକ ଶିକ୍ଷକ ପାଇଁ ୫ ରୁ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କାର ବାର ହେଉଥିବା ମଧ୍ୟ ଅଭିଯୋଗ ହୋଇଛି । ଏଣୁ ଆଶାୟୀ ପ୍ରାର୍ଥୀ ମାନେ ଅଭିଯୋଗ କରିବା ସହ ଏହାକୁ ବାତିଲ କରିବାକୁ ଦାବି କରିଛନ୍ତି ।