ବଢିଲା ରନ୍ଧନ ଗ୍ୟାସ ଦର : ଜାଣନ୍ତୁ କେଉଁଠି ଦର କେତେ?

0
127
ବଢିଲା ରନ୍ଧନ ଗ୍ୟାସ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୦୧/୦୫) : ପୁଣି ବଢିଲା ରନ୍ଧନ ଗ୍ୟାସ ଦର । ସିଲିଣ୍ଡର ପିଛା ୧୦୪ ଟଙ୍କା ବୃଦ୍ଧି ପାଇଛି । ତେବେ ଏହି ଦର ବୃଦ୍ଧି ଘରୋଇ ଏଲପିଜି ଉପରେ ହୋଇନାହିଁ । ବରଂ କମର୍ସିଆଲ ଏପିଜି ଉପରେ ହୋଇଛି ।

ବଢିଲା ରନ୍ଧନ ଗ୍ୟାସ ଦର କିନ୍ତୁ ଘରୋଇ ସିଲିଣ୍ଡର ଉପରେ କୌଣସି ବର୍ଦ୍ଧିତ ଦର ଲାଗୁ ହୋଇନାହିଁ । ଆଜି କମର୍ସିଆଲ ଏଲପିଜି ଦରରେ ବୃଦ୍ଧି ହେବା ପରେ ଦିଲ୍ଲୀରେ ଏହାର ଦର ସିଲିଣ୍ଡର ପିଛା ୨୩୩୫ ଟଙ୍କାରେ ପହଞ୍ଚିଛି । ସେହିପରି କୋଲକାତାରେ ୧୯ କେଜି କମର୍ସିଆଲ ସିଲିଣ୍ଡର ର ଦର ହୋଇଛି ୨୪୫୫ଟଙ୍କା । ମୁମ୍ବାଇରେ ଏହାର ଦର ୨୩୦୭ ଟଙ୍କାରେ ପହଞ୍ଚିଥିବା ବେଳେ ଚେନ୍ନାଇରେ ଏହାର ୨୫୦୮ଟଙ୍କାରେ ପହଞ୍ଚିଛି । ଏପ୍ରିଲ ପହିଲାରେ ମଧ୍ୟ କମର୍ସିଆଲ ଏଲପିଜି ଦରରେ ବୃଦ୍ଧି ହୋଇଥିଲା । ଗତ ମାସରେ ସିିଲିଣ୍ଡର ପିଛା ୨୮ ଟଙ୍କା ବୃଦ୍ଧି ପାଇଥିଲା ।