ରାଜ୍ୟ ଭିନ୍ନକ୍ଷମ କମିଶନ ର ପଦବୀ ଜଣେ ଭିନ୍ନକ୍ଷମ ଙ୍କୁ ନିଯୁକ୍ତି ପାଇଁ ଜନମତ ସଂଗ୍ରହ

0
193
ରାଜ୍ୟ ଭିନ୍ନକ୍ଷମ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୦୭/୦୫) : ରାୟଗଡ଼ା ଜିଲ୍ଲା ଭିନ୍ନକ୍ଷମ ମହାସଂଘ ତରଫରୁ ଜଣେ ଭିନ୍ନକ୍ଷମ ବ୍ୟକ୍ତି ଙ୍କୁ ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତ ଭାବରେ ନିଯୁକ୍ତି ଦେବା ପାଇଁ ଆଜି ରାୟଗଡ଼ା ସଦର ମହକୁମା ସ୍ଥିତ ରାୟଗଡ଼ା ଅଟନମସ କଲେଜ ସମ୍ମୁଖରେ ଏକ ଜନମତ କାର୍ଯ୍ୟକ୍ରମ କରାଯାଇଥିଲା ।WhatsApp Image 2022 05 07 at 5.37.49 PM 1 1 ରାଜ୍ୟ ଭିନ୍ନକ୍ଷମ କମିଶନ ର ପଦବୀ ଜଣେ ଭିନ୍ନକ୍ଷମ ଙ୍କୁ ନିଯୁକ୍ତି ପାଇଁ ଜନମତ ସଂଗ୍ରହ WhatsApp Image 2022 05 07 at 5.37.49 PM 2 ରାଜ୍ୟ ଭିନ୍ନକ୍ଷମ କମିଶନ ର ପଦବୀ ଜଣେ ଭିନ୍ନକ୍ଷମ ଙ୍କୁ ନିଯୁକ୍ତି ପାଇଁ ଜନମତ ସଂଗ୍ରହ

ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ର ବୁଦ୍ଧିଯିବି ଛାତ୍ର ଛାତ୍ରୀ ଓ ସାଧାରଣ ଜନତା ଏହି କାର୍ଯ୍ୟକ୍ରମରେ ରାଜ୍ୟ ଭିନ୍ନକ୍ଷମ କମିଶନ ର ପଦବୀ ଜଣେ ଭିନ୍ନକ୍ଷମ ଙ୍କୁ ନିଯୁକ୍ତି ପାଇଁ ନିଜର ମତାମତ ଦେଇଥିଲେ । ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ସି ସି ପି ଏଜି ସଂଘ ର ସମ୍ପାଦକ ଶ୍ରୀ ଶିଶିର ରାଉଳ ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ଶୁଭ ଆରମ୍ଭ କରିଥିଲେ, ରାୟଗଡ଼ା ଜିଲ୍ଲା ଭିନ୍ନକ୍ଷମ ମହାସଂଘ ର ସମ୍ପାଦକ ଶ୍ରୀ ଅମରେନ୍ଦ୍ର ନାଥ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ।

ଏହି ଜନମତ କୁ ଜିଲ୍ଲାର ବହୁ ସଂଖ୍ୟାରେ ଜନମତ କରାଯାଇ ଏହାକୁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ଜିଲ୍ଲାରୁ ମଧ୍ୟ ସଂଗ୍ରହ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଭେଟି ଆଗାମୀ ଦିନରେ ଦାବି ଜଣେଇବା କାର୍ଯ୍ୟକ୍ରମ ରଖାଯିବ ବୋଲି ଶ୍ରୀ ଶିଶିର ରାଉଳ କହିଥିଲେ । ଏହି କାର୍ଯ୍ୟକ୍ରମରେ ସଂଘର ସଦସ୍ୟ ହେଲେ ରାମ ଚନ୍ଦ୍ର ପାତ୍ର, ଝରଣା କୁମାର, ଟୀ.ସନ୍ତୋଷ, ବାବୁଲି, ସଞ୍ଜୟ ସେନାପତି,ରାମା ଶଙ୍କର ସମେତ ଅନ୍ୟ ବ୍ୟକ୍ତି ମାନେ ଯୋଗ ଦେଇଥିଲେ ।