ଫାଇନାନ୍ସ କମ୍ପାନୀ କର୍ମଚାରୀ ଙ୍କୁ ଲୁଟ ପର୍ଦାଫାସ୍ : ୪ ଗିରଫ

0
125
ଫାଇନାନ୍ସ କମ୍ପାନୀ କର୍ମଚାରୀ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଦେଓଗାଁ, ତା (୦୯/୦୫) : ବଲାଙ୍ଗୀର ଜିଲ୍ଲା ର ଦେଓଗାଁ ଥାନା ଅଞ୍ଚଳରେ ଫାଇନାନ୍ସ କମ୍ପାନୀ କର୍ମଚାରୀ ଙ୍କୁ ଆକ୍ରମଣ ଓ ଲୁଟ ଘଟଣା ପର୍ଦାଫାସ୍ କଲା ଦେଓଗାଁ ପୁଲିସ ।

ସୂଚନା ମୁତାବକ ଫାଇନାନ୍ସ କମ୍ପାନୀ କର୍ମଚାରୀ ଙ୍କୁ ଲୁଟ ଘଟଣାକୁ ନେଇ ଦେଓଗାଁ ପୁଲିସ ୪ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ ୩ ଟି ବାଇକ, ଗୋଟିଏ ଲ୍ୟାପଟପ୍, କ୍ୟାମେରା, ୫ ଟି ମୋବାଇଲ ସହ ନଗଦ ୨ ଲକ୍ଷ ୪୦ ହଜାର ଟଙ୍କା ଜବତ କରି ୪ ଜଣଙ୍କୁ ଗିରଫ କରାଯାଇଛି ବୋଲି ଦେଓଗାଁ ପୋଲିସ ସୂଚନା ଦେଇଛି ।

ଏକ ସାମ୍ବାଦିକ ସମ୍ମିଳନୀ ର ଆୟୋଜନ କରି ଉକ୍ତ ଘଟଣା ର ବଲାଙ୍ଗୀର ଏସଡିପିଓ ଶ୍ରୀମନ୍ତ ବାରିକ ଓ ଦେଓଗାଁ ଆଇଆଇସି ବାମଦେବ ସଂଖୁଆଲ ସବିଶେଷ ସୂଚନା ଦେଇଥିଲେ । ସୂଚନା ଅନୁଯାୟୀ ଗତ ୪ ଦିନ ତଳେ ଦେଓଗାଁ ଥାନା ର ଭୁତିଆର ବାହାଲ-କୁଡ଼ାସିଂହା ରାସ୍ତାରେ ସ୍ପଂନ୍ଦନା ଫାଇନାନ୍ସ କମ୍ପାନୀ ର ମ୍ୟାନେଜର ମଗସିର କଲେଟ ତାଙ୍କ କର୍ମଚାରୀଙ୍କ ଠାରୁ ସଂଗ୍ରହ ହୋଇଥିବା ୨ ଲକ୍ଷ ୩୫ ହଜାର ଟଙ୍କା ଧରି ଯାଉଥିବା ବେଳେ ଲୁଟ ର ଶିକାର ହୋଇଥିଲେ ।

ଏଥିରେ ଫାଇନାନ୍ସ କମ୍ପାନୀ ର ରମେଶ କୁମ୍ଭାର, ସୁଶାନ୍ତ ମଲ୍ଲିକ ମାଷ୍ଟର ମାଇଣ୍ଡ ଥିଲେ ବୋଲି ପୁଲିସ ସୂଚନା ଦେଇଛି । ଏହି ଦୁଇ କର୍ମଚାରୀଙ୍କ ସହ ଦେଓଗାଁ ଥାନା ବିଲାସପୁର ଗାଁ ର ଜିତେନ୍ଦ୍ର ଖାଡ଼ିଆ, ସିଦ୍ଧେଶ୍ୱର ସୁନା ଙ୍କୁ କୋର୍ଟ ଚାଲାଣ କରାଯାଇଛି ।