ରିପୋର୍ଟ : ରାମନାଥ ଗନ୍ତାୟତ
ଭୁବନେଶ୍ୱର, (୧୨/୦୫) : ସାଉଥ ସୁପରଷ୍ଟାର ମହେଶ ବାବୁ ଙ୍କୁ କିଏ ବା ନଜାଣେ । ସାଉଥ ଇଣ୍ଡଷ୍ଟ୍ରି କଣ ସଭିଏଁ ଜାଣନ୍ତି । ସବୁଠି ତାଙ୍କରି ହିଁ ରାଜ୍ । ତାଙ୍କ ଅଭିନୟ ର ଯାଦୁରେ ମତୁଆଲା ଦର୍ଶକ ।
ଟଲିୟୁଡ ର ଏକ ଚର୍ଚ୍ଚିତ ତେହେରା ମହେଶ ବାବୁ । କିନ୍ତୁ ନିକଟରେ ବଲିଉଡ୍କୁ ଦେଇଥିବା ବିବାଦୀୟ ମନ୍ତବ୍ୟ ପାଇଁ ଚର୍ଚ୍ଚାରେ ଅଛନ୍ତି । ନିଜର ବଲିଉଡ ଡେବ୍ୟୁକୁ ପଚାରାଯାଇଥିବା ପ୍ରଶ୍ନରେ କହିଥିଲେ କି ବଲିଉଡରେ ଡେବ୍ୟୁ କରିବାକୁ ତାଙ୍କର ଇଚ୍ଛା ନାହିଁ । ତାଙ୍କ ମତରେ ବଲିଉଡ ଇଣ୍ଡଷ୍ଟ୍ରୀରେ ସେତିକି ପଇସା ନାହିଁ ଯାହା ତାଙ୍କୁ ଅଫୋର୍ଡ କରିପାରବ । ମୋ ମତରେ ବଲିଉଡରେ କ୍ୟାରିୟର କରିବାମାନେ ବର୍ବାଦ କରିବା ସଙ୍ଗେ ସମାନ । ବର୍ତ୍ତମାନ ଏହା ମୁକେଶ ଭଟ୍ଟଙ୍କ ଦୃଷ୍ଟି ଆକର୍ଷଣ କରିଛି । ଏହା ଉପରେ ମୁକେଶ ଭଟ୍ଟ ନିଜର ପ୍ରତିକ୍ରିୟା ଦେଇଛନ୍ତି ।
ସେ ଏହାକୁ ନେଇ ଗଣମାଧ୍ୟମରେ କହିଛନ୍ତି କି ମହେଶ ବାବୁ କହିଛନ୍ତି ଏହା ଭଲ କଥା ଯଦି ବଲିଉଡ୍ ତମକୁ ସେତିକି ଫି’ ଅଫୋର୍ଡ କରିପାରୁନି । ମୁଁ ତାଙ୍କ ଭବିଷ୍ୟତ ପାଇଁ ତାଙ୍କୁ ଶୁଭକାମନା ଜଣାଉଛି । ମୁଁ ତାଙ୍କୁ ସମ୍ମାନ କରେ କାହିଁକି ନା ସେ ଜଣେ ଦକ୍ଷ ଅଭିନେତା । ନିଜ ଉପରେ ସେ ବହୁତ ପରିଶ୍ରମ କରିଛନ୍ତି । ଏଥିପାଇଁ ସେ ଜଣେ ସଫଳ ଅଭିନେତା ମଧ୍ୟରୁ ଜଣେ । ଏଥିରେ କୌଣସି ଭୁଲ୍ ନାହିଁ ଯେ ବଲିଉଡ୍ ଇଣ୍ଡଷ୍ଟ୍ରି ତାଙ୍କର ଆଶା ପୂରଣ କରିପାରିବ । ତାଙ୍କ ଆଗାମୀ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଉଛି ଏହା ସହ ସମସ୍ତଙ୍କର ନିଜସ୍ୱ ମତ ମଧ୍ୟ ଅଛି ।
ମହେଶ ବାବୁଙ୍କ ଏହି ବୟାନ୍ ଦେଖି ତୁରନ୍ତ ଲୋକମାନଙ୍କର ରିଆକ୍ସନ ଦେଖିବାକୁ ମିଳିଛି । ଏଥି ପାଇଁ ତାଙ୍କୁ ଖୁବ୍ ଟ୍ରୋଲ୍ କରାଯାଉଛି । କୁହାଯାଉଛି କି ସେ ବୋଧ ହୁଏ ମହେଶ ବାବୁଙ୍କ ସପୋର୍ଟ କହି ବଲିଉଡ୍ ର ଅପମାନ କରୁଛନ୍ତି ।