କୋକସରା ବ୍ଲକ ଉପାଧ୍ୟକ୍ଷଙ୍କ ଧର୍ମଗଡ ବିଧାନସଭା ଆସନ ଉପରେ ନଜର

0
198
କୋକସରା

ରିପୋର୍ଟ : ଦେବଦତ୍ତ ରଥ
କଳାହାଣ୍ଡି, ତା.(୧୮/୦୫) : କଳାହାଣ୍ଡି ଜିଲ୍ଲାରେ ବିଗତ ୨୦୧୭ ମସିହା ତ୍ରୀସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନରେ ନର୍ଲା ବ୍ଲକରେ ମହାନ୍ତି ଦମ୍ପତ୍ତି ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ ହେବା ପରେ ୨୦୨୨ ରେ ଦ୍ୱିତୀୟ ଥର ପାଇଁ ମଧ୍ୟ ଜନ ସମର୍ଥନ ମିଳିବା ପରେ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ ହେବାର ସୁଯୋଗ ପାଇଛନ୍ତି । ସେହି କ୍ରମରେ ଧର୍ମଗଡ ବିଧାନସଭା ଆସନ ଅନ୍ତର୍ଗତ କୋକସରା ବ୍ଲକରେ ମଧ୍ୟ ଚଳିତ ୨୦୨୨ ତ୍ରୀସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନରେ ଅଗ୍ରୱାଲ ଦମ୍ପତ୍ତି ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ ହେବାର ସୁଯୋଗ ପାଇଛନ୍ତି ।WhatsApp Image 2022 05 18 at 1.04.56 PM କୋକସରା ବ୍ଲକ ଉପାଧ୍ୟକ୍ଷଙ୍କ ଧର୍ମଗଡ ବିଧାନସଭା ଆସନ ଉପରେ ନଜର

ହାର୍ଡୱେର ଦୋକାନ ବ୍ୟବସାୟରୁ ସିଧାସଳଖ ପଞ୍ଚାୟତ ସମିତି ରାଜନୀତିରେ ପ୍ରବେଶ କରି ଜନମତ ପାଇବା ପରେ ସିଧାସଳଖ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ ହେବାର ସୁଯୋଗ ପାଇଥିବା ବେଳେ ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ଧର୍ମଗଡ ସାଧାରଣ ବିଧାନସଭା ଆସନ ପାଇଁ ପ୍ରସ୍ତୃତି ଚଳାଇଥିବା ସେମାନଙ୍କ ନିକଟତମ ମହଲରୁ ଜଣାପଡିଛି ।

ବିଗତ ଦିନରେ ଥିବା କୋକସରା ବିଧାନସଭା ନିର୍ବାଚନ ମଣ୍ଡଳୀ ଧର୍ମଗଡ ନିର୍ବାଚନ ମଣ୍ଡଳୀରେ ବିଳିନ ହୋଇଯାଇଥିବା ବେଳେ କୋକସରା ରୁ ଆଶାୟୀ ପ୍ରର୍ଥୀ ମାନେ ପ୍ରାୟତଃ ନିରାଶ ହେଉଥିବା ବେଳେ କାଳିଆ ଭରସାରେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ଆଗାମୀ ଦିନରେ ନିଶ୍ଚିତ ଭାବରେ ସଫଳ ହୋଇ ଯେକୌଣସି ଦଳରୁ ଟିକେଟ ପାଇବାରେ କେହି ରୋକି ପାରିବେ ନାହିଁ ବୋଲି ସାଧାରଣରେ ଆଲୋଚନା ହେଉଛି । ସମଗ୍ର ଓଡିଶା ର ଆରାଧ୍ୟ କାଳିଆ ଙ୍କ ନାମରେ ଅନେକ ଯୋଜନା ହେଉଥିବା ବେଳେ କଳାହାଣ୍ଡି ଜିଲ୍ଲାରେ କାଳିଆ ହିଁ ଆଗାମୀ ଦିନରେ ନିର୍ବାଚନ ବୈତରଣୀ ପାର କରିଦେବାର ଭରସା ରଖିଥିବାର କୁହାଯାଉଛି ।

ଧର୍ମଗଡ ବିଧାନସଭା ନିର୍ବାଚନ ମଣ୍ଡଳୀ ସାଧାରଣ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ଥିବା ବେଳେ ବିଭିନ୍ନ ରାଜନୈତିକ ଦଳ ଗୁଡିକରୁ ବହୁ ଆଶାୟୀ ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ପାଇଁ କ୍ଷେତ୍ର ପ୍ରସ୍ତୃତ କରୁଥିବା ଜଣାପଡିଛି । ନିର୍ଦଳୀୟ ଭାବେ ଜନସମର୍ଥନ ପାଇ କୋକସରା ପଞ୍ଚାୟତ ସମିତି ର ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହେବାପରେ ରାଜୀବ ଅଗ୍ରୱାଲ ବର୍ତମାନ ଠାରୁ ଆଗାମୀ ୨୦୨୪ ନିର୍ବାଚନ ରେ ଧର୍ମଗଡ ବିଧାନସଭା ଆସନ ଉପରେ ନଜର ପକାଇଥିବା ଏବଂ ସେହି ଅନୁସାରେ କାଳିଆ ଭରସାରେ କ୍ଷେତ୍ର ପ୍ରସ୍ତୃତ କରୁଥିବା ପ୍ରକାଶ ।

ଅନ୍ୟ ପକ୍ଷରେ ସମଗ୍ର ଅଞ୍ଚଳରେ ରାସ୍ତା ଘାଟ ନିର୍ମାଣ/ମରାମତିରେ ବ୍ୟାପକ ଅନିୟମିତତା, ଜମି କାରବାରରେ ଦୁର୍ନୀତି, ଛତୁଆ କାରବାରରେ ଦୁର୍ନୀତି, ଖାଉଟି ଯୋଗାଣ ରେ ବ୍ୟାପକ ଜାଲିଆତି ଇତ୍ୟାଦି ଅନେକ ଅଭିଯୋଗ ହେଉଥିବା ବେଳେ କାଳିଆ ଭରସାରେ ସେସବୁର କୌଣସି କାର୍ଯ୍ୟାନୁଷ୍ଠାନ ହୋଇପାରୁ ନଥିବା ସାଧାରଣରେ ଆଲୋଚନା ହେଉଛି । ଜମି କାରବାର ରେ ଜନୈକ ଜମି ବିକ୍ରେତାଙ୍କ ଦେହାନ୍ତ ହେବା ସାଙ୍ଗକୁ ଜନୈକ ଭାଗୁଆଳି କରୋନା ଆକ୍ରାନ୍ତ ହୋଇ ସଠିକ ଚିକିତ୍ସା ଅଭାବରୁ ଦେହାନ୍ତ ହୋଇଯାଇଥିବା କୁହାଯାଉଥିବା ବେଳେ କାଳିଆ ଭରସାରେ ସେସବୁର ସମାଧାନ ହୋଇଯାଇଥିବା ସମଗ୍ର ଜିଲ୍ଲାରେ ଆଲୋନା ହେଉଛି ।WhatsApp Image 2022 05 18 at 1.04.56 PM 1 କୋକସରା ବ୍ଲକ ଉପାଧ୍ୟକ୍ଷଙ୍କ ଧର୍ମଗଡ ବିଧାନସଭା ଆସନ ଉପରେ ନଜର

କଳାହାଣ୍ଡି ଜିଲ୍ଲା ଦାୟୀତ୍ୱରେ ଥିବା ପ୍ରତ୍ୟେକ ରାଜନୈତିକ ଦଳ ର ସବୁ ସ୍ତରର ନେତା କର୍ମୀ ସମସ୍ତେ କାଳିଆ ଭରସାରେ ଥିବାର କୁହାଯାଉଛି ଏବଂ ସେହି ସେବା ସମର୍ପଣ ଭାବ ଭକ୍ତି ର ଆଧାରରେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲଙ୍କୁ ଆଗାମୀ ଦିନରେ ଯେକୌଣସି ଦଳରେ ରାଜନୈତିକ ଥଇଥାନ କରାଯିବା ଏକ ପ୍ରକାର ନିଶ୍ଚିତ ବୋଲି ନିକଟତମ ମହଲରେ ଆଲୋଚନା ହେଉଛି ।

କୋକସରା ତହସିଲ ରେ ରାଜୀବଙ୍କ ମାଧ୍ୟମରେ ବ୍ୟାପକ ଭାବେ ଜମିଜମା କାରବାର ହୋଇଥିବା ବେଳେ ରାଜସ୍ୱ ବିଭାଗ ଦ୍ୱାରା ସେସବୁର ତଦନ୍ତ ଚାଲିଥିବା କୁହାଯାଉଛି । ଏହାମଧ୍ୟରେ ବ୍ଲକ ଉପାଧ୍ୟକ୍ଷ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ଧର୍ମଗଡ ବିଧାୟକ ହେବା ନିଶ୍ଚିତ ଭାବେ ସେହି ଅଞ୍ଚଳର ଗୌରବ ର ନିଷୟ ବୋଲି ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି ।