କଳାହାଣ୍ଡି ପୋଲିସ ଦ୍ୱାରା ମାଓବାଦୀ ପ୍ରେମୀ ଯୁଗଳଙ୍କ ବିବାହ ଆୟୋଜିତ

0
217
କଳାହାଣ୍ଡି ପୋଲିସ ଦ୍ୱାରା

ରିପୋର୍ଟ : ଦେବଦତ୍ତ ପଣ୍ଡା
କଳାହାଣ୍ଡି, (୨୨/୦୪) : ଭବାନୀପାଟଣା ସହରସ୍ଥିତ ପୋଲିସ ପଡିଆ ମନ୍ଦିର ପ୍ରାଙ୍ଗଣରେ କଳାହାଣ୍ଡି ପୋଲିସ ଦ୍ୱାରା ଆତ୍ମ ସମର୍ପଣ କରିଥିବା ମାଓନେତାଙ୍କର ବିବାହ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2022 04 23 at 6.54.27 AM 1 କଳାହାଣ୍ଡି ପୋଲିସ ଦ୍ୱାରା ମାଓବାଦୀ ପ୍ରେମୀ ଯୁଗଳଙ୍କ ବିବାହ ଆୟୋଜିତ

କଳାହାଣ୍ଡି ପୋଲିସ ଦ୍ୱାରା ଏସପି ଡଃ ଶ୍ରବଣ ବିବେକ ଏମ ଆଇପିଏସ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ବିବାହ କାର୍ଯ୍ୟକ୍ରମରେ କୋରାପୁଟ ଡିଆଇଜି ରାଜେଶ ପଣ୍ଡିତ ଆଇପିଏସ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଆଶୀର୍ବାଦ କରିଥିଲେ । ସିଆରପିଏଫ କମାଣ୍ଡାଂଟ ବିପ୍ଲବ ସରକାର ଏବଂ କଳାହାଣ୍ଡି ଜିଲ୍ଲା ର ବରିଷ୍ଠ ପୋଲିସ ପଦାଧିକାରୀ ଙ୍କ ସମେତ ଗଣମାଧ୍ୟମ ପ୍ରତିନିଧି ମାନଙ୍କର ଉପସ୍ଥିତିରେ ଆତ୍ମ ସମର୍ପଣ କରିଥିବା ମାଓ ନେତା କେଶବ ବେଲାଡି ଓରଫ ରାମଦାସ ଏବଂ କଲମଦେଇ ମାଝୀ ଓରଫ ଗୀତା ର ରୀତି ନୀତି ଅନୁସାରେ ବିବାହ ସଂପନ୍ନ ହୋଇଥିଲା ।

ସିପିଆଇ ମାଓବାଦୀ ଗୋଷ୍ଠୀ ର କେକେବିଏନ ଡିଭିଜନ ସଦସ୍ୟ ଏସିଏମ କ୍ୟାଡର ମାଓ ନେତା ଗତ ତା.୧୮/୦୨/୨୦୨୦ ରେ ଆତ୍ମ ସମର୍ପଣ କରିଥିବା ବେଳେ ଓଡିଶା ସରକାରଙ୍କ ନିୟମ ଅନୁସାରେ ସମସ୍ତ ସୁବିଧା ସୁଯୋଗ ଏବଂ ୩ ଲକ୍ଷ ୯୮ ଟଙ୍କା ଅନୁକମ୍ପା ମୂଳକ ସାହାଯ୍ୟ ଯୋଗାଇ ଦିଆଯାଇଥିବାର ପ୍ରକାଶ ।

ସେହିପରି କମଲ ଦେଇ ଓରଫ ଗୀତା ବିଜିଏନ ଡିଭିଜନ ମାଓବାଦୀ ଗୋଷ୍ଠୀ ର ସଦସ୍ୟ ଥିବା ବେଳେ ଗତ ୦୫/୦୧/୨୦୧୬ ରେ ଆତ୍ମ ସମର୍ପଣ କରିଥିବା ବେଳେ ତାଙ୍କୁ ମଧ୍ୟ ଓଡିଶା ସରକାରଙ୍କ ନିୟମ ଅନୁସାରେ ସମସ୍ତ ସୁବିଧା ସୁଯୋଗ ଏବଂ ୨ ଲକ୍ଷ ୯୮ ଟଙ୍କା ଅନୁକମ୍ପା ମୂଲକ ସାହାଯ୍ୟ ଯୋଗାଇ ଦିଆଯାଇଥିବାର ପ୍ରକାଶ ।WhatsApp Image 2022 04 23 at 6.54.27 AM କଳାହାଣ୍ଡି ପୋଲିସ ଦ୍ୱାରା ମାଓବାଦୀ ପ୍ରେମୀ ଯୁଗଳଙ୍କ ବିବାହ ଆୟୋଜିତ

ପଡୋଶୀ ଛତିଶଗଡ ରାଜ୍ୟ ର ବିଜେପୁର ଜିଲ୍ଲା ର ଏକ ଗରିବ ପରିବାର ରୁ ଆସିଥିବା ରାମଦାସ ନିଜ ପରିବାରରେ ଦୁଇ ଭଉଣୀ ଓ ଜଣେ ଭାଇ ଥିବା ବେଳେ ସେମାନଙ୍କ ସତ ତାର ପରିବାର ଲୋକଙ୍କୁ ରାମଦାସ ୧୦ ବର୍ଷ ହେବ ସାକ୍ଷାତ କରିନଥିବା ଏବଂ କଳାହାଣ୍ଡି ପୋଲିସ ପାଖରେ ଆତ୍ମ ସମର୍ପଣ କରିବା ପରେ ହିଁ ସାକ୍ଷାତ ସମ୍ଭବ ହୋଇପାରିଥିବା ପ୍ରକାଶ ।

ରାମଦାସ ର ବାପାଙ୍କର ମୋତିଆ ବିନ୍ଦୁ ଅପରେସନ ସମୟରେ ରାମଦାସ ଓ କମଲଦେଇ ର ପରିବାର ଏକାଠି ମିଶିବା ପରେ ଉଭୟଙ୍କ ବିବାହ ସଂପର୍କରେ ଆଲୋଚନା କରି ଉଭୟେ ରାଜି ହେବାପରେ ସେମାନଙ୍କ ବିବାହ ଆୟୋଜନ କରାଯାଇଥିବା ଜଣାପଡିଛି । ଉଭୟେ ଆତ୍ମ ସମର୍ପଣ କରିବା ପରେ ସମାଜରେ ମୂଖ୍ୟ ସ୍ରୋାତରେ ସାମିଲ ହୋଇ କର୍ମ ସଂସ୍ଥାନ ବ୍ୟବସ୍ତା ପାଇଁ କଳାହାଣ୍ଡି ପୋଲିସ ହେପାଜତରେ ସେମାନଙ୍କ ଇଚ୍ଛା ଅନୁସାରେ ଭୋକେସନାଲ ଟ୍ରେନିଂ କରାଯିବାର ବ୍ୟବସ୍ଥା କରାଯାଇଥିଲା ।

ମାଓବାଦୀ କାର୍ଯ୍ୟକଳାପ ରୁ ଦୂରେଇ ରହି ସମାଜର ମୂଖ୍ୟ ସ୍ରୋତରେ ସାମିଲ ହେବା ଲକ୍ଷ୍ୟ ନେଇ ଆଗେଇ ଆସିଥିବା ଉଭୟଙ୍କ ର ବର-କନ୍ୟା ଭଲି ସମ୍ପୂର୍ଣ୍ଣ ଭାବେ ସଜାଇ ହୋଇ ବିବାହ ବେଦୀ ମଣ୍ଡପ ଭୋଜିଭାତ ର ଆୟୋଜନ କରାଯାଇ କଳାହାଣ୍ଡି ପୋଲିସ ଦ୍ୱାରା ଏକ ସାମାଜିକ ବିବାହ ଉତ୍ସବ ଭଳି ଏହି କାର୍ଯ୍ୟକ୍ରମ ଆୟୋଜନ କରିବା ପ୍ରଶଂସନୀୟ ହୋଇଥିଲା ।WhatsApp Image 2022 04 23 at 6.54.28 AM କଳାହାଣ୍ଡି ପୋଲିସ ଦ୍ୱାରା ମାଓବାଦୀ ପ୍ରେମୀ ଯୁଗଳଙ୍କ ବିବାହ ଆୟୋଜିତ

ପୋଲିସ ହେପାଜତରେ ମାଓବାଦୀ ରୁ ସମାଜ ର ମୂଖ୍ୟ ସ୍ରୋାତରେ ସାମିଲ ହେବାର ଯେଉଁ ମାନସିକ ପରିବର୍ତ୍ତନ ରେ ଉଭୟ ପୋଲିସ ପଦାଧିକାରୀ ଓ ସରକାରଙ୍କ ଭୂମିକାରେ ଅତ୍ୟନ୍ତ ଉତଫୁଲ୍ଲିତ ହୋଇ ଅନ୍ୟ ମାଓବାଦୀ ମାନଙ୍କୁ ସେଭଳି ଘୃଣ୍ୟ କାର୍ଯ୍ୟକଳାପରୁ ବାହାରି ଆସି ସମାଜ ର ମୂଖ୍ୟ ସ୍ରୋାତରେ ସାମିଲ ହେବାକୁ ସେମାନେ ଆହ୍ୱାନ ଜଣାଇଛନ୍ତି ।