ଅମଣିଷ ର ବର୍ବରତା : ଗୋ ମାତା ଉପରେ ଅତ୍ୟାଚାର

0
132
ଅମଣିଷ

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୨୩/୦୫) : ବୌଦ୍ଧ ଜିଲ୍ଲା ବୌଦ୍ଧ ବ୍ଲକ ଅନ୍ତର୍ଗତ ଗୋଛାପଡ଼ା ଗ୍ରାମ ପଞ୍ଚାୟତ ର ତ୍ରିବେଣୀ ପୁର ରେ ଦେଖିବାକୁ ମିଳିଛି ଅମଣିଷ ର ପରିଚୟ ।WhatsApp Image 2022 05 23 at 7.52.33 PM ଅମଣିଷ ର ବର୍ବରତା : ଗୋ ମାତା ଉପରେ ଅତ୍ୟାଚାର

ମିଳିଥିବା ସୂଚନା ଅନୁଯାୟୀ ତ୍ରିବେଣୀ ପୁର ଗ୍ରାମର ବାସିନ୍ଦା ଗିରିଶ ଛନ୍ଦ ଙ୍କ ବଳଦକୁ କେହି ଅମଣିଷ ଦୁର୍ବୃତ୍ତ ପେଟରେ ବର୍ଚ୍ଛି ମାରି ବଳଦ ର ଜୀବନ ନେବାକୁ ବି ପଛେଇ ନାହିଁ । ଆଜି ସକାଳୁ ବଳଦଟି ବାହାରକୁ ଚରିବା ପାଇଁ ଯାଇଥିବା ବେଳେ କେହି ଅମଣିଷ ବଳଦ ପେଟରେ ଲୁହାର ବର୍ଚ୍ଛି l ମାରିଥିଲା ଫଳରେ ବର୍ଚ୍ଛା ବଳଦ ପେଟର ଏପଟରୁ ସେପଟକୁ ଗଲି ବଳଦ ଟି ଜୀବନ ସହ ସଂଗ୍ରାମ କରୁଥିବା ବେଳେ ସ୍ଥାନୀୟ ପଶୁ ଡାକ୍ତର ଙ୍କୁ ଖବର ଦିଆଯାଇଥିଲା ।

ଡାକ୍ତର ପ୍ରିୟବ୍ରତ ବେହେରା ଭି ଏ ଏସ ବାଉଁଶୁଣୀ ପହଞ୍ଚି ବଳଦ ପେଟରୁ ବର୍ଚ୍ଛି ଟି କାଢି ଅପରେସନ କରିଥିଲେ ବଳଦ ଟି ଏବେ ସୁସ୍ଥ ଥିବା ଜଣାପଡିଛି । ଗିରିଶ ଜଣେ ଗରିବ ଚାଷୀ ହୋଇଥିବା ରୁ ସେ ଏହି ଘଟଣାରେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି । ଏପରି ଘଟଣା ଦେଖି ଲୋକେ ଆଚମ୍ବିତ ହେବା ସହ ଗାଈ ବଳଦ କୁ ଏପରି କରିବା ଜଣେ ଅମଣିଷ ର ପରିଚୟ ବୋଲି ପ୍ରକାଶ କରୁଛନ୍ତି ।