ରାସ୍ତା ପାର୍ଶ୍ଵ ହୋଟେଲ ଉପରେ ପୋଲିସ ଚଢ଼ାଉ

0
138
ରାସ୍ତା ପାର୍ଶ୍ଵ

ରିପୋର୍ଟ : ରାମନାଥ ଗନ୍ତାୟତ
ଭୁବନେଶ୍ୱର, (୦୨/୦୬) : ଗତ କିଛିଦିନ ହେବ ରାଜଧାନୀ ସ୍ମାର୍ଟସିଟି ଭୁବନେଶ୍ୱର ରେ କ୍ରମାଗତ ଅପରାଧ କୁ ରୋକ ଦେବାକୁ କମିଶନରେଟ ପୋଲିସ ପକ୍ଷରୁ ରାତି ୧୦.୩୦ ମିନିଟ ମଧ୍ୟରେ ଭୁବନେଶ୍ୱର ରେ ସମସ୍ତ ଦୋକାନ ବଜାର ବନ୍ଦ କରିବାକୁ ପଦକ୍ଷେପ ନିଆଯାଇଛି । ରାସ୍ତା ପାର୍ଶ୍ଵ ହୋଟେଲ ଉପରେ ପୋଲିସ ଚଢ଼ାଉ କରିଛି ।

କିନ୍ତୁ ଏହାକୁ ବେଖାତିର କରି ରାସ୍ତା ପାର୍ଶ୍ଵ ରେ ଥିବା କେତେକ ଝୁମ୍ପୁଡ଼ି ହୋଟେଲ ଓ ଛୋଟ ଛୋଟ ପାନ ଦୋକାନ ବିଲମ୍ବିତ ରାତି ପର୍ଯ୍ୟନ୍ତ ଦୋକାନ ଖୋଲା ରଖି ବ୍ୟବସାୟ ରଖୁଥିବା ବେଳେ ଅସାମାଜିକ ଯୁବକ ମାନେ ଆସି ସେଠାରେ ଆଡ୍ଡା ଜମାଉଛନ୍ତି । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଖାରବେଳ ଥାନା ପକ୍ଷରୁ ଭୁବନେଶ୍ୱର ରେଳ ଷ୍ଟେସନ ସମ୍ମୁଖରେ ଥିବା କେତେକ ହୋଟେଲ ବିଳମ୍ବିତ ରାତି ପର୍ଯ୍ୟନ୍ତ ବ୍ୟବସାୟ କରୁଥିବା ବେଳେ ଅଚାନକ ଚଢ଼ାଉ କରା ଯାଇ ଜୋରିମାନା ଆଦାୟ କରା ଯାଇଥିଲା ।