୨୨ ତମ ଶୀତଳଷଷ୍ଠୀ ମହୋତ୍ସବ ଅନୁଷ୍ଠିତ : ଦେବଦମ୍ପତିଙ୍କ ବିବାହ ଯଥା ରୀତି ସମ୍ପନ୍ନ

0
157
୨୨ ତମ ଶୀତଳଷଷ୍ଠୀ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, ତା (୦୫/୦୬) : ପଶ୍ଚିମ ଓଡ଼ିଶାରେ ତଥା ଅନେକ ଅଞ୍ଚଳରେ ଧୁମ ଧାମରେ ଦେବ ଦମ୍ପତି ଶିବ-ପାର୍ବତୀ ଙ୍କର ବିବାହ ଉତ୍ସବ ସମ୍ପନ୍ନ ହୋଇଛି । ୨୨ ତମ ଶୀତଳଷଷ୍ଠୀ ମହୋତ୍ସବ ଅନୁଷ୍ଠିତ ହୋଇଛି । ଉତ୍କଳୀୟ ସଂସ୍କୃତି ର ବିଭିନ୍ନ ପରମ୍ପରା ମଧ୍ୟରୁ ଶିବ ବିବାହ ବା ଶୀତଳ ଷଷ୍ଠୀ ଯାତ୍ରା ଏକ ଅନନ୍ୟ ପରମ୍ପରା ।WhatsApp Image 2022 06 05 at 6.30.30 AM ୨୨ ତମ ଶୀତଳଷଷ୍ଠୀ ମହୋତ୍ସବ ଅନୁଷ୍ଠିତ : ଦେବଦମ୍ପତିଙ୍କ ବିବାହ ଯଥା ରୀତି ସମ୍ପନ୍ନ

ସାମାଜିକ ରୀତିନିତିରେ ବିବାହ ଉତ୍ସବ ର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି, ଯାହା ମାନବୀୟ ଶୃଙ୍ଖଳା ସହ ଜଡିତ ବୋଲି ଏହି ଦେବ ବିବାହ ପ୍ରମାଣ କରେ । ବିଶେଷ କରି ପଶ୍ଚିମ ଓଡିଶାରେ ଶିବ ବିବାହ ବଡ଼ ନିଆରା ସେହିପରି ବଲାଙ୍ଗିର ଜିଲ୍ଲା ର ଟିଟିଲାଗଡ ରେ ଆୟୋଜିତ ଏହି ଧର୍ମୀୟ କାର୍ଯ୍ୟକ୍ରମରେ ଅଞ୍ଚଳ ର ଅସଂଖ୍ୟ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ । ୨୨ ତମ ଶୀତଳଷଷ୍ଠୀ ଯାତ୍ରା କୋଭିଡ ଯୋଗୁଁ ବିଗତ ଦୁଇ ବର୍ଷ ବନ୍ଦ ରହିଥିଲା ।

ସର୍ବୋଚ୍ଚ ତାପମାତ୍ରା ରହିଥିବା ଏହି ପରିଚିତ ତତଲା ସହର ଟିଟିଲାଗଡ ର ଦେବ ଦେବ ମହାଦେବ ଧବଳେଶ୍ୱର ଙ୍କ ସହ ମାତା ପାର୍ବତୀ ଙ୍କ ଵିଵାହ ସମ୍ପନ୍ନ ହୋଇଯାଇଛି । ଏହି ଶୀତଳଷଷ୍ଠୀ ଵିଵାହ ଉତ୍ସବ ଅନୁଷ୍ଠିତ ହେବା ପରେ ସାଧାରଣ ଙ୍କୁ ଉତ୍କଟ ଗରମ, ତାତି ରୁ ନିସ୍ତାର ମିଳିଥାଏ । ଧାରା ପୃଷ୍ଠ ରେ ବର୍ଷା ର ଆଗମନ ଘଟିଥାଏ ଏହି ଧର୍ମୀୟ ଭାବନା ଓ ବିଶ୍ୱାସ ସାଧାରଣ ରେ ରହିଆସିଛି ।

ଏହି ଧର୍ମୀୟ ପରମ୍ପରା କୁ ନେଇ ଏହି ଶୀତଳଷଷ୍ଠୀ ମହୋତ୍ସବ ଅନୁଷ୍ଠିତ ହୋଇ ଆସୁଛି । ବିରାଟ ଶୋଭାଯାତ୍ରାରେ ନଗର ପରିକ୍ରମା ସହ ଯଥାରୀତି ପାରମ୍ପରିକ ନିୟମ ଅନୁଯାୟୀ ଦେବ ଦମ୍ପତି ଙ୍କ ଵିଵାହ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ହାଟପଦା ବଜାର ପ୍ରାଙ୍ଗଣରେ ପ୍ରସାଦ ବଣ୍ଟନ ବ୍ୟବସ୍ଥା କରାଯାଇଥିଲା । ସହର ର ବହୁ ସଂଖ୍ୟକ ଭକ୍ତ ଏହି ଉତ୍ସବ ରେ ଯୋଗ ଦେଇଥିଲେ ।

ହାଟପଦା ପଡ଼ା ପୂଜା କମିଟି କାର୍ଯ୍ୟ କର୍ତ୍ତା ଶ୍ରୀପତି ସାହୁ, ସୁଧୀର ଘଡେଇ ତଥା ବହୁ କାର୍ଯ୍ୟକର୍ତ୍ତା କାର୍ଯ୍ୟକ୍ରମରେ ସକ୍ରିୟ ଅଂଶ ଗ୍ରହଣ କରିଥିବା ବେଳେ କମିଟି ର ସ୍ଥାୟୀ ଉପଦେଷ୍ଟା ମୁଖ୍ୟ ପୂର୍ବତନ ନଗରପାଳ ଶୁଭ୍ରାଂଶୁ ଦାସ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମ ସୁଚାରୁ ରୂପେ ପରିଚାଳନା କରିଥିଲେ । ସେହିପରି ଆଇନ ଶୃଙ୍ଖଳା ନିୟନ୍ତ୍ରଣ ପାଇଁ ପୋଲିସ ପ୍ରଶାସନ ଉପସ୍ଥିତ ରହିଥିଲା ।