ଜମି ବିବାଦକୁ ନେଇ ବାହାଡପଦା ଓ ବିଜିପୁର ଗାଁରେ ଗୋଷ୍ଠୀ ସଂଘର୍ଷ

0
125
ଜମି ବିବାଦକୁ ନେଇ

ରିପୋର୍ଟ : ରାମନାଥ ଗନ୍ତାୟତ
ବରଗଡ, (୦୬/୦୬) : ଜମି ବିବାଦକୁ ନେଇ ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ବାହାଡ ପଦା ଓ ବିଜିପୁର ଗାଁରେ ଗୋଷ୍ଠୀ ସଂଘର୍ଷ । ସଂଘର୍ଷରେ ଦୁଇ ଗାଁ ର ୨୨ ରୁ ଅଧିକ ଲୋକ ଆହତ ହୋଇଛନ୍ତି ।

ଜମି ବିବାଦକୁ ନେଇ ଘଟିଥିବା ଗୋଷ୍ଠୀ ସଂଘର୍ଷରେ ବିଜିପୁର ଗାଁ ର ୧୨ ଜଣ ଥିବାବେଳେ ବାହାଡାପଦା ଗାଁ ର ୧୦ ଜଣ ଲୋକ ଅଛନ୍ତି । ଆହତ ମାନଙ୍କ ମଧ୍ୟରୁ ୫ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପର୍ଣ୍ଣ ଥିବାରୁ ସେମାନଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ସୂଚନା ଅନୁସାରେ, ଚନ୍ଦ୍ରଗିରି ମୌଜା ର ବାହାଡାପଦା ଗାଁ ର ଏକ ଗୋଚର ଜମି କୁ ନେଇ ବିଜିପୁର ଏବଂ ବାହାଡାପଦା ଗାଁ ମଧ୍ୟରେ ପୂର୍ବରୁ ବିବାଦ ଲାଗି ରହିିଥିଲା । ଏହାକୁ ନେଇ ଉଭୟ ଗାଁ ଥାନାର ଦ୍ୱାରସ୍ଥ ହେବା ସହ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ।

ତେବେ ରବିବାର ଅପରାହ୍ନ ସମୟରେ ବାହାଡାପଦା ଗ୍ରାମବାସୀ ନିଜ ଗାଁର ଉକ୍ତ ଗୋଚର ଜମିକୁ ସଫା କରୁଥିବାବେଳେ ବିଜିପୁର ଗ୍ରାମବାସୀ ଆସି ବିରୋଧ କରିଥିଲେ । ଫଳରେ ଉଭୟ ଗାଁ ର ଲୋକଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ତାପରେ ଉତ୍ତେଜନା ବଢ଼ିବା ସହ ଉଭୟ ପକ୍ଷ ପରସ୍ପରକୁ ଟାଙ୍ଗିଆ, କାତି ଏବଂ କାଠଫାଳିଆରେ ଆକ୍ରମଣ କରିଥିଲେ । ଖବର ପାଇଁ ମୋହନା ପୋଲିସ ଗାଁରେ ପହଞ୍ଚି ଘଟଣା ର ତଦନ୍ତ ଆରମ୍ଭ କରିଛି ।