ବୋରିଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଫେରିଲେ ଡାଃ. ହରପ୍ରସାଦ

0
173
ବୋରିଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ

ରିପୋର୍ଟ : ରବିଶଙ୍କର ମହାପାତ୍ର
କୋରାପୁଟ, (୦୭/୦୬) : ୨୦୨୦ ମସିହା ମାର୍ଚ୍ଚ ୨୦ ତାରିଖରେ ଡାଃ. ହରପ୍ରସାଦ ପାଣିଗ୍ରାହୀ ପ୍ରଥମେ କୋରାପୁଟ ଜିଲ୍ଲା ର ବୋରିଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରେଗୁଲାର ଡାକ୍ତର ଭାବରେ ନିଯୁକ୍ତି ପାଇ ଯୋଗଦାନ କରିଥିଲେ ।

କିଛି ଦିନ ବ୍ୟବଧାନରେ ତାଙ୍କୁ କୋରାପୁଟ COVID control room, ତାପରେ ସୁନାବେଡ଼ା ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଭାବେ ଏବଂ ପୁଣି ଆସିଷ୍ଟାଣ୍ଟ ମେଡିକାଲ୍ ଅଫିସର ଭାବରେ କୋଭିଡ କେୟାର ସେଣ୍ଟର ଜୟପୁରକୁ ବଦଳି କରାଯାଇଥିଲା । ସେହି ସମୟରେ ବୋରିଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତରଙ୍କ ଅଭାବକୁ ନଜର ରଖି ଡାଃ. ହରପ୍ରସାଦଙ୍କୁ ଫେରେଇ ଆଣିବା ପାଇଁ ସ୍ଥାନୀୟ ଲୋକ ପ୍ରତିନିଧି ଏବଂ ଜନସାଧାରଣ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ପାଖରେ ବାରମ୍ବାର ଅଭିଯୋଗ କରିଆସୁଥିଲେ । ବହୁ ଦିନ ର ପ୍ରତୀକ୍ଷା ପରେ ତାଙ୍କୁ ସମସ୍ତ କାର୍ଯ୍ୟରୁ ବିରତି ରଖି ପୁଣି ତାଙ୍କ ନିଜ କାର୍ଯ୍ୟସ୍ଥଳ ବୋରିଗୁମ୍ମାକୁ ବଦଳି କରାଯାଇଥିବା ଜଣାପଡିଛି ।