ଜିଲ୍ଲା ସ୍ତରୀୟ ଟୀକାକରଣ ଟାସ୍କ ଫୋର୍ସ ବୈଠକରେ ସମ୍ପୂର୍ଣ୍ଣ ଟୀକାକରଣ କୁ ଗୁରୁତ୍ୱ

0
140
ଜିଲ୍ଲା ସ୍ତରୀୟ ଟୀକାକରଣ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୮/୬) : ଜିଲ୍ଲାପାଳଙ୍କ ସମ୍ବିଳନୀ କକ୍ଷରେ ଏକ ଜିଲ୍ଲା ସ୍ତରୀୟ ଟୀକାକରଣ ଟାସ୍କ ଫୋର୍ସ କମିଟି ର ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ ଅଧ୍ୟକ୍ଷତା କରିଥିଲେ lWhatsApp Image 2022 06 08 at 10.10.20 PM ଜିଲ୍ଲା ସ୍ତରୀୟ ଟୀକାକରଣ ଟାସ୍କ ଫୋର୍ସ ବୈଠକରେ ସମ୍ପୂର୍ଣ୍ଣ ଟୀକାକରଣ କୁ ଗୁରୁତ୍ୱ

ଡା. ବିଶ୍ୱ ରଞ୍ଜନ ପତି, ସି.ଡି.ଏମ.ଓ., ଡା. ପ୍ରଦୀପ କୁମାର ଗୁରୁ, ଏ.ଡି.ଏମ.ଓ., ଡା. ମଞ୍ଜୁରାଣୀ ସିଂ, ଏ.ଡି.ପି.ଏଚ.ଓ. (ପରିବାର କଲ୍ୟାଣ) ସହିତ ଜିଲ୍ଲା ଓ ବ୍ଲକ ସ୍ତର ର ସ୍ୱାସ୍ଥ୍ୟ ଅଧିକାରୀ ମାନେ ଏହି ଜିଲ୍ଲା ସ୍ତରୀୟ ଟୀକାକରଣ ଟାସ୍କ ଫୋର୍ସ ବୈଠକ ରେ ଅଂଶ ଗ୍ରହଣ କରିଥିଲେ l ତଥ୍ୟ ରୁ ଜଣାପଡିଲା ଯେ ସୁବର୍ଣ୍ଣପୁର ଜିଲ୍ଲାରେ ସମ୍ପୂର୍ଣ୍ଣ ଟୀକାକରଣ ୨୦୨୧-୨୨ ବର୍ଷ ରେ ୮୯% ରହିଥିଲା l

ତେଣୁ ଆଗାମୀ ଦିନରେ ଟୀକାକରଣ କୁ ବ୍ୟାପକ କରି ଶତକଡା ୧୦୦% ରେ ପହଞ୍ଚାଇବା ପାଇଁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦାଶ ଗୁରୁତ୍ୱାରୋପ କରିଥିଲେ l ସି.ଡି.ଏମ.ଓ. ଡା. ପତି ସୁବର୍ଣ୍ଣପୁର ଜିଲ୍ଲା ର ଅପହଞ୍ଚ ଅଞ୍ଚଳରେ ସ୍ୱତନ୍ତ୍ର ଟୀକାକରଣ ଅଧିବେଶନ ତଥା ଜିଲ୍ଲାର ତିନୋଟି ସହରାଞ୍ଚଳରେ ଶିଶୁମାନଙ୍କର ଟୀକାକରଣ କୁ ବ୍ୟାପକ କରି ଟୀକାକରଣ ହାର ବୃଦ୍ଧି କରାଯିବ ବୋଲି ସୂଚନା ଦେଇଥିଲେ l

ଏହା ସହିତ ପାଞ୍ଚ ବର୍ଷରେ ଦିଆଯାଉଥିବା ଡି. ପି. ଟି. କିଶୋର / କିଶୋରୀ ଙ୍କୁ ଟି ଡି ଭେକସିନ କୁ ମଧ୍ୟ ବ୍ୟାପକ କରିବାକୁ ସୂଚନା ପ୍ରଦାନ କରିଥିଲେ l ସର୍ବ ଶେଷରେ ଡେପୁଟି ମ୍ୟାନେଜର ଶ୍ରୀ ସୁଧାଂଶୁ ଶେଖର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ l