ବିହାରରେ ନିର୍ଭୟାକାଣ୍ଡ ର ପୁନରାବୃତ୍ତି : ୧୬ ବର୍ଷୀୟା ନାବାଳିକାକୁ ବସରେ ଗଣଦୁଷ୍କର୍ମ, ୨ ଗିରଫ

0
127
ବିହାରରେ

ରିପୋର୍ଟ : ରାମନାଥ ଗନ୍ତାୟତ
ଭୁବନେଶ୍ୱର/ବିହାର, (୦୯/୦୬) : ବିହାରରେ ନିର୍ଭୟାକାଣ୍ଡ ର ପୁନରାବୃତ୍ତି ଘଟିଛି । ୧୬ ବର୍ଷୀୟା ନାବାଳିକାକୁ ବସରେ ଗଣଦୁଷ୍କର୍ମ ।

ଡ୍ରାଇଭର କଣ୍ଡକ୍ଟରଙ୍କ ସମେତ ୩ ଜଣ ଲୋକ ମିଶି ନୃଶଂସ ଭାବେ ନାବାଳିକାଙ୍କୁ ଦୁଷ୍କର୍ମ କରିଛନ୍ତି । ଏବେ ପୀଡିତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି । ପୋଲିସ ସୁରକ୍ଷାରେ ତାଙ୍କର ଚିକିତ୍ସା ଚାଲିଛି । ସୂଚନାନୁସାରେ ବିହାରରେ ବେତିଆ ବସଷ୍ଟାଣ୍ଡରୁ ୧୦୦ ମିଟର ଦୂରରେ ଏହି ଘଟଣା ଘଟିଛି । ନାବାଳିକା ଦ୍ୱିପହରେ ମୋତିହାରୀରୁ ବେତିଆ ଫେରୁଥିଲେ । ଏହି ସମୟରେ ବସ୍ କଣ୍ଡକ୍ଟର ତାଙ୍କୁ ନିଶା ଦେଇ ଚେତାଶୂନ୍ୟ କରେଇ ଦେଇଥିଲେ । ପୀଡିତାଙ୍କ କହିବାନୁଯାୟୀ, ସନ୍ଧ୍ୟାରେ ବେତିଆ ବସଷ୍ଟାଣ୍ଡ ଆସିବାରୁ ସମସ୍ତ ଯାତ୍ରୀ ଓହ୍ଲାଇ ଯାଇଥିଲେ ।

ଡ୍ରାଇଭର ଷ୍ଟାଣ୍ଡରୁ ଶହେ ମିଟର ଦୂରରେ ଥିବା ଶୂନଶାନ୍ ସ୍ଥାନକୁ ନେଇ ଗାଡି ରଖିଥିଲେ । ପରେ ୩ ଜଣ ତାଙ୍କୁ ବାରମ୍ବାର ଦୁଷ୍କର୍ମ କରିଥିଲେ । ପୀଡିତା ଚେତା ହରାଇବା ପରେ ବସରେ ବନ୍ଦ କରି ଅଭିଯୁକ୍ତ ମାନେ ତାଙ୍କୁ ଛାଡି ପଳାଇଥିଲେ । ପରେ ପୋଲିସ ପେଟ୍ରୋଲିଂ ଗାଡି ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ ।

ତେବେ ପୀଡିତାଙ୍କ ବୟାନ ଅନୁସାରେ ପୋଲିସ ତଦନ୍ତ ଆରମ୍ଭ କରିଛି । ପାଟନା ଯାଉଥିବା ବସକୁ ଜବତ କରାଯାଇଛି । ଏହି ଘଟଣାରେ ବସ୍ ଡ୍ରାଇଭର ଓ କଣ୍ଡକ୍ଟରକୁ ଗିରଫ କରାଯାଇଛି । ୨ ଅଭିଯୁକ୍ତଙ୍କୁ ପଚରା ଉଚରା ଜାରି ରହିଛି ।