ସୁବର୍ଣ୍ଣପୁର ଜିଲ୍ଲାରେ ୧୫ ଦିନିଆ ଶିଶୁ ଶ୍ରମିକ ନିରାକରଣ ଅଭିଯାନ ଅନୁଷ୍ଠିତ

0
143
ସୁବର୍ଣ୍ଣପୁର ଜିଲ୍ଲାରେ ୧୫

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୦/୬) : ସୁବର୍ଣ୍ଣପୁର ଜିଲ୍ଲାରେ ୧୫ ଦିନିଆ ଶିଶୁ ଶ୍ରମିକ ନିରାକରଣ ଅଭିଯାନ ର ଅନ୍ତିମ ପର୍ଯ୍ୟାୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ର ସମ୍ବିଳନୀ କକ୍ଷରେ ବିଭିନ୍ନ ଷ୍ଟେକ ହୋଲଡରଙ୍କୁ ନେଇ ଏକ ସଚେତନତା ସଭା ଜିଲ୍ଲା ଶ୍ରମ ଅଧିକାରୀ ଡିଲେଶ୍ୱର ଶାଖା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l

ସୁବର୍ଣ୍ଣପୁର ଜିଲ୍ଲାରେ ୧୫ ଦିନିଆ ଶିଶୁ ଶ୍ରମିକ ନିରାକରଣ ଅଭିଯାନରେ ମୁଖ୍ୟ ଅତିଥି ଭାବରେ ପି ଡି, ଡି ଆର ଡି ଏ ଶ୍ରୀ ଡୋଳାମଣି ପଟେଲ, ସମ୍ମାନିତ ଅତିଥି, ଶିଶୁ ମଙ୍ଗଳ କମିଟି ର ସଭାପତି ମଧୁସୂଦନ ପ୍ରଧାନ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାଶ, ଡି ଏସ ଡବ୍ଲୁ ଓ ଗୌରମଣି ହାଁସଦା, ଡାଇରେକ୍ଟର ଚାଇଲଡ ଲାଇନ, ଅନଙ୍ଗ ନେଗୀ, ଏଡି ଏମ ଓ (ପି ଏଚ) ଡ଼ଃ ରମେଶ ଚନ୍ଦ୍ର ସ୍ୱାଇଁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ, ସହକାରୀ ଶ୍ରମ ଅଧିକାରୀ ସବିତା କୁମାରୀ ନାୟକ, ସୋନପୁର ଶ୍ରମିକ ସଙ୍ଗଠନ ସମନ୍ୱୟ ସମିତି ର ସଭାପତି ଗୋବିନ୍ଦ ମହାରଣା, ଚେମର ଅଫ କମର୍ସ ସୋନପୁର ର ସଭାପତି, ବିଭିନ୍ନ ଶ୍ରମିକ ସଙ୍ଗଠନ ର କର୍ମକର୍ତ୍ତା, ଜନସାଧାରଣ, ଅଙ୍ଗନବାଡି କର୍ମୀ ଯୋଗଦାନ କରି ସଚେତନତା ସଭାରେ ଉପସ୍ଥିତ ଥିଲେ l

ଉକ୍ତ ସଭାରେ ଶିଶୁ ଶ୍ରମିକ ସୁବର୍ଣ୍ଣପୁର ଜିଲ୍ଲା ର ଶିଶୁ ଶ୍ରମିକ ନିଯୁକ୍ତି କିପରି ଭାବରେ ସମ୍ପୂର୍ଣ୍ଣ ବିଲୋପ ହେବ ଏ ଦିଗରେ ଆଲୋକ ପାତ କରାଯାଇଥିଲା l ଶ୍ରମ ଅଧିକାରୀ ଶିଶୁ / କିଶୋର ଶ୍ରମିକ ଆଇନ ୧୯୮୬ ଅନ୍ତର୍ଗତ ବିଭିନ୍ନ ଧାରା ଉପରେ ଆଲୋକ ପାତ କରିବା ସଙ୍ଗେ ସଙ୍ଗେ ଶିଶୁ ଶ୍ରମିକ ନିଯୁକ୍ତି ନିରାକରଣ ପାଇଁ ବିଭିନ୍ନ ବିଭାଗ ର ଦାୟିତ୍ୱ ଉପରେ ଆଲୋଚନା କରିଥିଲେ l

ଏହି ୧୫ ଦିନିଆ ଅଭିଯାନ ୩୧ ମେ ୨୦୨୨ ରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଆବୋଲି ସୁନୀଲ ନରୱାଣେଙ୍କ ଦ୍ୱାରା ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରାଯାଇ ଥିଲା l ତତ ପରେ ଚଳିତ ମାସ ୭ ତାରିଖ ରେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ ଏକ ସଚେତନତା ଶୋଭାଯାତ୍ରା (ପଦଯାତ୍ରା) କୁ ପ୍ରତ୍ୟକ୍ଷ ଭାବରେ ଉପସ୍ଥିତ ରହି ପଦଯାତ୍ରା ର ଶୁଭାରମ୍ଭ କରିଥିଲେ l

ଏହି ୧୫ ଦିନିଆ ଅଭିଯାନ ରେ ସୁବର୍ଣ୍ଣପୁର ଜିଲ୍ଲା ଶ୍ରମ ଅଧିକାରୀଙ୍କ ନେତୃତ୍ୱରେ ଶିଶୁ ଶ୍ରମିକ ଉଦ୍ଧାର ଦଳ ୫ ଜଣ ଶିଶୁ / କିଶୋର ଶ୍ରମିକ ଉଦ୍ଧାର କରି ଶିଶୁ ମଙ୍ଗଳ କମିଟି ପାଖରେ ଉପସ୍ଥାପନା କରାଯାଇଥିଲା l