ନିହାର ରଞ୍ଜନ କଅଁର ହେଲେ ସୁବର୍ଣ୍ଣପୁର ପି.ଡି. ଡି. ଆର. ଡି. ଏ.

0
159
ନିହାର ରଞ୍ଜନ କଅଁର

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୧/୦୬) : ସୁବର୍ଣ୍ଣପୁର ଉପ-ଜିଲ୍ଲାପାଳ ନିହାର ରଞ୍ଜନ କଅଁର ହେଲେ ସୁବର୍ଣ୍ଣପୁର ପି.ଡି. ଡି. ଆର. ଡି. ଏ. ପୂର୍ବରୁ ତରଭା ବି. ଡ଼ି. ଓ. ଥିବା ପରେ ପଦୋନ୍ନତି ପାଇ ସୁବର୍ଣ୍ଣପୁର ଉପ- ଜିଲ୍ଲାପାଳ ଦାୟିତ୍ୱ ଗ୍ରହଣ କରିଥିଲେ ।

ଏବେ ପୁଣି ପଦୋନ୍ନତି ପାଇ ସୁବର୍ଣ୍ଣପୁର ପି.ଡି. ଡି. ଆର. ଡି. ଏ. ଭାବେ ନିହାର ରଞ୍ଜନ କଅଁର ଙ୍କୁ ଗୁରୁ ଦାୟିତ୍ୱ ଦିଆଯାଇଛି । ସେ ଜଣେ ଦକ୍ଷ ଓ ନିର୍ଭୀକ ପ୍ରଶାସନିକ ଅଧିକାରୀ ଭାବରେ ଜଣାଶୁଣା । ସୁବର୍ଣ୍ଣପୁର ଡେପୁଟି କଲେକ୍ଟର ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ସୋନପୁର ସବ୍‌ କଲେକ୍ଟର ଭାବେ ଦାୟିତ୍ୱ ଦିଆଯାଇଛି ।

ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ସଚିବ ପ୍ରକାଶ ଚନ୍ଦ୍ର ମହାନ୍ତିଙ୍କୁ ପ୍ଲାନିଂ ଆଣ୍ଡ କନର୍ଭଜେନ୍ସ ବିଭାଗ ଅତିରିକ୍ତ ସଚିବ, ସୁବର୍ଣ୍ଣପୁର ପିଡି ଡିଆରଡିଏ ଦୋଳମଣି ପଟେଲଙ୍କୁ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ସଚିବ ଭାବେ ଅବସ୍ଥାପିତ କରାଯାଇଛି ।