ସୋନପୁର ମହାବିଦ୍ୟାଳୟ ରେ ଜାଲ ଚେକ୍ ମାଧ୍ୟମରେ ୭୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ହେରଫେର

0
143
ସୋନପୁର ମହାବିଦ୍ୟାଳୟ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୧/୬) : ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ମହାବିଦ୍ୟାଳୟ ରେ ଜାଲ ଚେକ୍ ମାଧ୍ୟମରେ ୭୦ ଲକ୍ଷ ରୁ ଉର୍ଦ୍ଧ୍ୱ ଟଙ୍କା ର ଘୋଟଲା ବା ହେରଫେର ହୋଇଥିବା ଜଣା ପଡ଼ିଛି l

ଏ ନେଇ ସୋନପୁର ମହାବିଦ୍ୟାଳୟ ର ଅଧ୍ୟକ୍ଷ ସୋନପୁର ଥାନାରେ ଏକ ଏତଲା ଦେଇ ଥିବାରୁ ସହର ତଥା ଜିଲ୍ଲାରେ ଚାଞ୍ଚଲ୍ୟ ଖେଳି ଯାଇଛି l ସୋନପୁର ଟାଉନ୍ ଥାନା କେଶ୍ ନମ୍ଵର୍ ୧୧୮/୨୨, ଦଫା ୪୨୦, ୪୬୭, ୪୬୮ ଓ ୪୭୧ ରେ ଏକ ମାମଲା ରୁଜ୍ଜୁ ହୋଇଛି l ସଦର ଥାନାରେ ସୁବର୍ଣ୍ଣପୁର ଏସ୍ ପି ଅମରେଶ ପଣ୍ଡା ଙ୍କ ପ୍ରତକ୍ଷ୍ୟ ତତ୍ତ୍ୱାବଧାନ ଏବଂ ଏସ ଡି ପି ଓ ପୁଷ୍ପାଞ୍ଜଳି ନିଙ୍ଗି, ଆଇ ଆଇ ସି ସୋନପୁର ଓ ବରୋଦା ବ୍ୟାଙ୍କ କର୍ମଚାରୀଙ୍କ ଉପସ୍ଥିତିରେ ପୁଙ୍ଖାନୁପୁଙ୍ଖ ଆଲୋଚନା ଚାଲିଥିବା ବେଳେ ଆଗକୁ ଏ ଘଟଣା ଉପରେ ତୁରନ୍ତ ଅନୁସନ୍ଧାନ ଜାରି ରଖି ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି ।

ଏକାଉଣ୍ଟେଣ୍ଟ, ଆଇ ଡି ପି କୋଡିନେଟର ଓ କଲେଜ ଅଧ୍ୟକ୍ଷଙ୍କ ବିନା ଜ୍ଞାତସାରରେ ବ୍ୟାଙ୍କ ଆକାଉଣ୍ଟରୁ ଏତେ ମୋଟା ଅଙ୍କର ଟଙ୍କା କେମିତି ହେର ଫେର ହେଲା ତାହା ଛାତ୍ରଛାତ୍ରୀ, ଅଭିଭାବକ ଓ ସହର ର ବୁଦ୍ଧିଜୀବୀ ପ୍ରଶ୍ନ କରିଛନ୍ତି l ଏ ଘଟଣା ଉପରେ କଲେଜ ମେନେଜମେଣ୍ଟ କମିଟି ତଦାରଖ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବୀ ହୋଇଛି l