5T ରେ ରୂପାନ୍ତରିତ ୯୫ ଟି ବିଦ୍ୟାଳୟ ଲୋକାର୍ପିତ

0
244
5T

ରିପୋର୍ଟ : ରବିଶଙ୍କର ମହାପାତ୍ର
କୋରାପୁଟ, (୧୦/୬) : କୋରାପୁଟ ଜିଲ୍ଲା ଶଶାହାଣ୍ଡି ଗ୍ରାମ ର ୧୯୮୫ ମସିହାରେ ସ୍ଥାପିତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲା ର ୯୫ ଟି 5T ରୂପାନ୍ତରିତ ବିଦ୍ୟାଳୟକୁ ଲୋକାର୍ପିତ କରାଯାଇଛି ।WhatsApp Image 2022 06 12 at 6.20.16 AM 5T ରେ ରୂପାନ୍ତରିତ ୯୫ ଟି ବିଦ୍ୟାଳୟ ଲୋକାର୍ପିତ

ଉଚ୍ଚ ଗୁଣବତ୍ତା ସମ୍ପନ୍ନ ବେସରକାରୀ ବିଦ୍ୟାଳୟ ଗୁଡିକ ପ୍ରତି ଆକର୍ଷିତ ହୋଇ ଗରିବ ମଧ୍ୟବିତ୍ତ ପରିବାର ର ଛାତ୍ରଛାତ୍ରୀ ବ୍ୟୟ ବହୁଳ ଶିକ୍ଷା ଗ୍ରହଣ କରିବା ପାଇଁ ବାଧ୍ୟ ହେଉଥିବା ବେଳେ ସରକାରୀ ବିଦ୍ୟାଳୟ ଗୁଡିକରେ ମାଗଣାରେ ସମାନ ଶିକ୍ଷା ପ୍ରଦାନ ଉଦ୍ଦେଶ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଅପରାହ୍ନ ୫ ଟା ବାଜି ୪୦ ମିନିଟରେ ଭର୍ଚ୍ଚୁଆଲ ଉଦଘାଟନ କରିଛନ୍ତି । ଉଦଘାଟନ ସମୟରେ 5T ସଚିବ ଭି. କାର୍ତ୍ତିକେୟ ପାଣ୍ଡିୟାନ୍ ମୂଖ୍ୟମନ୍ତ୍ରୀଙ୍କ ସହ ଉପସ୍ଥିତ ଥିଲେ ।

ଏପଟେ ଶଶାହାଣ୍ଡିରେ କୋରାପୁଟ ବିଧାୟକ ରଘୁରାମ ପଢାଲ, ପଟ୍ଟାଙ୍ଗୀ ବିଧାୟକ ପ୍ରୀତମ ପାହାଡି, ଲକ୍ଷ୍ମୀପୁର ବିଧାୟକ ପ୍ରଭୁ ଜାନୀ, କୋଟପାଡ ବିଧାୟିକା ତଥା ପୂର୍ବ ମନ୍ତ୍ରୀ ଶ୍ରୀମତି ପଦ୍ମିନୀ ଦିଆନ, ଜିଲ୍ଲାପାଳ ଅବ୍ଦୁଲ ଏମ୍. ଅଖତାର ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ରାଧାବିନୋଦ ସାମନ୍ତରାୟ, ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ, ବୋରିଗୁମ୍ମା ବ୍ଳକ ଅଧ୍ୟକ୍ଷା ଜ୍ୟୋତିର୍ମୟୀ ନାୟକ, ଉପାଧ୍ୟକ୍ଷ ରାଧାକାନ୍ତ ସାମନ୍ତରାୟ, ପୂର୍ବତନ ଉପାଧ୍ୟକ୍ଷ କେ. ଶ୍ରୀନିବାସ ରାଓ, ଜିଲ୍ଲା ପରିଷଦ ସଭ୍ୟ ପ୍ରସାଦ ବିଡିକା, କୋଟପାଡ ପୂର୍ବତନ ବିଧାୟକ ଚନ୍ଦ୍ରଶେଖର ମାଝି, ସାଂସଦ ପ୍ରତିନିଧି କେଶବ ପଣ୍ଡା ପ୍ରମୁଖ ଲୋକାର୍ପଣ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

ବିଡିଓ ପ୍ରଣୟ ରଞ୍ଜନ ବେହେରା ତଥା ସହକାରୀ ଯନ୍ତ୍ରୀ ସତ୍ୟନାରାୟଣ ସେଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ମୂଖ୍ୟମନ୍ତ୍ରୀ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କ ସହ ଭିଡିଓ କନଫରେନ୍ସ ଜରିଆରେ ବାର୍ତ୍ତାଳାପ କରିଥିବା ଦେଖାଯାଇଥିଲା । କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ୫-ଟି ବିଦ୍ୟାଳୟରେ ସମସ୍ତ ସୁବିଧା ଥିବାରୁ ଛାତ୍ରଛାତ୍ରୀ ମହଲରେ ଖୁସୀ ର ପରିବେଶ ସୃଷ୍ଟି ହୋଇଥିବା ଜଣା ପଡିଛି ।