ଗୁଣପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ

0
212
ଗୁଣପୁର ଉପଜିଲ୍ଲାପାଳ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୧୩/୦୬) : ଆଜି ରାୟଗଡ଼ା ଜିଲ୍ଲା ପ୍ରଶାସନ ତରଫରୁ ଗୁଣପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟ ର ସଦଭାବନା ସଭା ଗୃହରେ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି l

ଏହି ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର, ଆରକ୍ଷୀ ଅଧିକ୍ଷକ ଶ୍ରୀ ବିବେକାନନ୍ଦ ଶର୍ମା, ଗୁଣପୁର ଉପଜିଲ୍ଲାପାଳ ଶ୍ରୀ ଜେ. ସୋନାଲ, ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଶ୍ରୀ ଡାକ୍ତର ଏଲ୍ ଏନ୍ ପୃଷ୍ଟି ସମସ୍ତ ଅଭିଯୋଗ ର ଶୁଣାଣି କରିଥିଲେ l ଆଜି ମୋଟ ୩୫ ଟି ଅଭିଯୋଗ ଗ୍ରହଣ କରାଯାଇଥିଲା l ସେଥି ମଧ୍ୟରୁ ବ୍ୟକ୍ତିଗତ ୧୯ଟି, ସାମୁହିକ ୧୫ଟି ଅଭିଯୋଗ ଜିଲ୍ଲାପାଳଙ୍କ ନଜରକୁ ଆସିଥିଲା l

ମୁଖ୍ୟତଃ ଆବାସ ଯୋଜନା, ଜମି, ସ୍ୱାସ୍ଥ୍ୟ, ରାସ୍ତା ଆଦି ଆଭିଯୋଗ ଗୁଡ଼ିକ ଦାଖଲ କରିଥିଲେ l ଜଣଙ୍କୁ ରେଡକ୍ରସ ତରଫରୁ ୫୦୦୦ ଟଙ୍କା ର ସହାୟତା ରାଶି ଦିଆଯାଇଥିଲା l ଏହି ଅଭିଯୋଗ ଶୁଣାଣି ରେ ଗୁଣପୁର ବିଡିଓ ଶ୍ରୀମତୀ ଶାନ୍ତିପ୍ରଭା ପ୍ରଧାନ ଓ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ l

ସମସ୍ତ ଅଭିଯୋଗ ଗୁଡ଼ିକୁ ତୁରନ୍ତ ସମାଧାନ କରିବାକୁ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ l ତେବେ ଜିଲ୍ଲାପାଳଙ୍କ ଏହି ନିର୍ଦ୍ଦେଶ କେତେଦୂର କାର୍ଯ୍ୟକାରୀ ହେଉଛି ଓ କେତେଜଣ ଅଭିଯୋଗକାରୀ ଏହାର ଲାଭ ପାଉଛନ୍ତି ଦେଖିବାକୁ ବାକି ରହିଲା ।