ଶିଶୁ ଯତ୍ନ ଅନୁଷ୍ଠାନ ଅନ୍ତେବାସୀ ଶିଶୁ ଙ୍କ ନିମନ୍ତେ ପ୍ରଶାସନ ର ସ୍ୱତନ୍ତ୍ର ପଦକ୍ଷେପ

0
151
ଶିଶୁ ଯତ୍ନ ଅନୁଷ୍ଠାନ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୫/୬) : ଶିଶୁ ଯତ୍ନ ଅନୁଷ୍ଠାନ ସୋନପୁରରେ ରହୁଥିବା ବାପା, ମାଆ ସ୍ନେହ ଶ୍ରଦ୍ଧା ରୁ ବଞ୍ଚିତ, ସେବା ଓ ଯତ୍ନ ଆବଶ୍ୟକ କରୁଥିବା କୋମଳମତି ଶିଶୁଙ୍କ ଆବେଗ ଓ ଉତ୍କଣ୍ଠା କୁ ହୃଦୟଙ୍ଗମ କରି ଜିଲ୍ଲାପାଳ ଶ୍ରୀମତୀ ଆବୋଲୀ ସୁନିଲ ନରୱଣେ ସ୍ୱତନ୍ତ୍ର ଆଗ୍ରହ ପ୍ରଦାନ କରି ଶିଶୁମାନଙ୍କୁ ରଜ ଅବସରରେ ନିଜ ପାଇଁ ଆବଶ୍ୟକ ପୋଷାକ ନିଜ ଇଚ୍ଛାରେ କିଣି ପିନ୍ଧିବାକୁ ପଦକ୍ଷେପ ନେଇ ଶିଶୁଙ୍କ ମୁହଁରେ ହସ ଦେଇଛନ୍ତି l

ପ୍ରଥମ ଥର ପାଇଁ ଶିଶୁ ଯତ୍ନ ଅନୁଷ୍ଠାନ ର ଶିଶୁ ଗୃହରେ ରହୁଥିବା ଶିଶୁ ଙ୍କୁ ଏହି ସ୍ୱତନ୍ତ୍ରତା ପ୍ରଦାନ କରି ଜିଲ୍ଲାପ୍ରଶାସନ ଶିଶୁଙ୍କ ମନୋବଳ କୁ ବୃଦ୍ଧି କରିବା ସହିତ ଆତ୍ମବଳ କୁ ଦୃଢ କରିବାକୁ ପ୍ରଯତ୍ନ କରିଛି l ଏହି ପରିପ୍ରେକ୍ଷୀରେ ଶିଶୁ ଗୃହ ର ୪୧ ଜଣ ଶିଶୁ ଅନ୍ତେବାସୀ ସ୍ଥାନୀୟ ନିୟୁ ସତ୍ୟମ କ୍ଲଥ ଷ୍ଟୋର କୁ ଯାଇ ନିଜ ପସନ୍ଦ ମୁତାବକ ନିଜ ପାଇଁ ପୋଷାକ କିଣିଛନ୍ତି l ସେମାନେ ନିଜ ପସନ୍ଦ ର ପୋଷାକ କିଣିବା ପରେ ରଜରେ ପିନ୍ଧିବୁ ବୋଲି କହିବା ସହ ବହୁତ ଖୁସି ଥିବା କହିବା ସହିତ ସୁବର୍ଣ୍ଣପୁର ଜିଲ୍ଲାପାଳ ଙ୍କ ଉଦାରତା ନିମନ୍ତେ ଏହା ସମ୍ଭବ ହୋଇଥିବା ରୁ ଧନ୍ୟବାଦ ଜଣାଇଛନ୍ତି lWhatsApp Image 2022 06 15 at 12.35.15 PM ଶିଶୁ ଯତ୍ନ ଅନୁଷ୍ଠାନ ଅନ୍ତେବାସୀ ଶିଶୁ ଙ୍କ ନିମନ୍ତେ ପ୍ରଶାସନ ର ସ୍ୱତନ୍ତ୍ର ପଦକ୍ଷେପ

ଏହି ସମସ୍ତ ବ୍ୟବସ୍ଥା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାଶ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କରାଯାଇଥିବା ବେଳେ ଜିଲ୍ଲା ଶିଶୁ ମଙ୍ଗଳ କମିଟି ସଦସ୍ୟା ରଞ୍ଜିତା ସାହୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ବିନୀ କୁମାର ଭୋଇ ପ୍ରମୁଖ ଉପସ୍ଥିତ ଥିଲେ l ଏହି କାର୍ଯ୍ୟକ୍ରମରେ ଶିଶୁ ଗୃହ ର ସୁଜାତା ବେହେରା, ମାଳତୀ ଜେନା, ଅମୃତା ସାହୁ, ଟିକେଶ୍ୱର ଛାତ୍ରିଆ ପ୍ରମୁଖ ସହଯୋଗ କରିଥିଲେ l