ଗୁଣପୁର ଠାରେ ଶ୍ରୀ ଜିଉଙ୍କ ଦେବସ୍ନାନ ନୀତି ଅନୁଷ୍ଠିତ

0
123
ଗୁଣପୁର ଠାରେ ଶ୍ରୀ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୧୫/୦୬) : ଜଗତ ର ନାଥ ଜଗନ୍ନାଥ ସମସ୍ତ ଐଶ୍ଚର୍ଯ୍ୟ ତ୍ୟାଗ କରି ଭକ୍ତଙ୍କ ସହ ମିଶିବାକୁ ଆଜି ରତ୍ନ ସିଂହାସନ ଛାଡ଼ି ପହଞ୍ଚିଛନ୍ତି ସ୍ନାନ ମଣ୍ଡପରେ । ଗୁଣପୁର ଠାରେ ଶ୍ରୀ ଜିଉଙ୍କ ଦେବସ୍ନାନ ନୀତି ଅନୁଷ୍ଠିତ ହୋଇଯାଇଛି ।WhatsApp Image 2022 06 15 at 12.04.05 PM 1 ଗୁଣପୁର ଠାରେ ଶ୍ରୀ ଜିଉଙ୍କ ଦେବସ୍ନାନ ନୀତି ଅନୁଷ୍ଠିତ

ଗୁଣପୁର ଠାରେ ଶ୍ରୀ ଜିଉଙ୍କ ଦେବସ୍ନାନ ନୀତି ନିର୍ଦ୍ଧାରିତ ସମୟରେ ସମସ୍ତ ନୀତିକାନ୍ତି ସହ ପହଣ୍ଡି ବିଜେ କରି ସ୍ନାନ ବେଦୀରେ ଅବସ୍ଥାପିତ କରାଯାଇଛି । ଗୁଣପୁର ଅଞ୍ଚଳରେ ଏକ ନିଆରା ପରମ୍ପରା ରହିଛି, ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁଙ୍କ ମହାସ୍ନାନ ସରିବା ପରେ ଏଠାରେ ଅପରାହ୍ନରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ସ୍ନାନଯାତ୍ରା ଆରମ୍ଭ ହୋଇଥିଲା । ଦିର୍ଘ ଦୁଇ ବର୍ଷ ଧରି କରୋନା ର କାଳଚକ୍ରରେ ଭକ୍ତ ଭଗବାନଙ୍କ ଠାରୁ ଦୂରେଇ ରହିଥିବା ବେଳେ ଏ ବର୍ଷ କଟକଣା କୋହଳ ହୋଇଥିଵାରୁ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା । ସ୍ନାନଯାତ୍ରା ସମାପନ ପରେ ଭକ୍ତମାନେ ଗଜାନନ ବେଶରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରିଥିଲେ ।WhatsApp Image 2022 06 15 at 12.04.05 PM ଗୁଣପୁର ଠାରେ ଶ୍ରୀ ଜିଉଙ୍କ ଦେବସ୍ନାନ ନୀତି ଅନୁଷ୍ଠିତ

ଏହି ମହାସ୍ନାନ ଯାତ୍ରାକୁ ସୁରୁଖୁରୁରେ ସମାପନ କରିବା ପାଇଁ ଦେଵୋତ୍ତର ବିଭାଗ ତରଫରୁ ଅତିରିକ୍ତ ତହସିଲଦାର କପିଳେଶ୍ୱର ତାଣ୍ଡି, ଆଦର୍ଶ ଥାନା ଅଧିକାରୀ ଯଶୋବନ୍ତ ହିଆଲ, ଏସ୍ ଡି ପି ଓ ଅଜୟ ବାରିକ ପ୍ରମୁଖ ଉପସ୍ଥିତ ରହି ସ୍ନାନ ଉତ୍ସବକୁ ସୁପରିଚାଳନା କରିଥିଲେ । ଭକ୍ତଙ୍କ ଗହଣରେ ଭଗବାନଙ୍କ ଏପରି ଲିଳାଖେଳା ଅତି ନିଆରା ।