ବଜ୍ର ଘାତ ତାଣ୍ଡବରେ ୪ ଗାଈ ର ମୃତ୍ୟୁ

0
126
ବଜ୍ର ଘାତ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୧୬/୬) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପୋଲମା ପଞ୍ଚାୟତ ର ପଡିଭଟା ଗ୍ରାମରେ କାଳ ବୈଶାଖୀ ବଜ୍ର ଘାତ ତାଣ୍ଡବରେ ଚାରୋଟି ବଳଦ ଓ ଗାଈ ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି ।

ଗତକାଲି ଅପରାହ୍ନରେ କାଳ ବୈଶାଖୀରେ ବଜ୍ର ଘାତ ତାଣ୍ଡବରେ ପ୍ରବଳ ବର୍ଷା ସାଙ୍ଗକୁ ପବନ, ବିଜୁଳି ଓ ଘଡଘଡି ମାରିଥିଲା । ସେହି ସମୟରେ ଗାଈ ମାନେ ଏକ ଗଛ ମୂଳରେ ଚରୁଥିଲେ । ହଠାତ ବଜ୍ରପାତ ମାରିବାରୁ ଚରୁ ଥିବା ଗାଈ ର ମୃତ୍ୟୁ ହୋଇଯାଇଥିଲା ।

ପଡିଭଟ୍ଟା ଗାଁ ର ସମେଶ୍ୱର ହିକକା, ଶଥପତି ହିକକା, କୈଳାସ ହିକକା, ରହିଦାସ ହୁଈକାଙ୍କ ଗୋଟିଏ ବଳଦ ଓ ତିନୋଟି ଗାଈ ର ମୃତ୍ୟୁ ହୋଇଛି । ଏହାର ମୂଲ୍ୟ ପ୍ରାୟ ୫୦ ହଜାର ଟଙ୍କା ହେବ ବୋଲି ଜଣାପଡିଛି । ଏହି ଗରିବ ଲୋକଙ୍କୁ ସରକାର ତରଫରୁ ସହାୟତ ଯୋଗାଇଦେବା ପାଇଁ ଦାବି ହୋଇଛି ।