ବର୍ଷା ଦିନରେ ଯୋଗାଯୋଗ ବିଚ୍ଛିନ୍ନ ହେଉଥିବା ଦୁଇ ସହର ମଧ୍ୟରେ ପୋଲ ନିର୍ମାଣ ହେବ କେବେ ?

0
279
ବର୍ଷା ଦିନରେ ଯୋଗାଯୋଗ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ସଇଁତଲା, ତା (୧୯/୦୬) : ବଲାଙ୍ଗୀର ଜିଲ୍ଲାର ସଇଁତଲା ରୁ ବଡ଼ମାଲ ଦେଇ ଟିଟିଲାଗଡ କୁ ସଂଯୋଗ କରୁଥିବା ରାସ୍ତାରେ ଲାନ୍ତ ନଦୀରେ ପୋଲ ନିର୍ମାଣ ହୋଇ ନ ଥିବା ନେଇ ଦୀର୍ଘ ଦିନରୁ ଜନ ଅସନ୍ତୋଷ ବୃଦ୍ଧି ପାଉଛି । ଏହି ରାସ୍ତାରେ ବର୍ଷା ଦିନରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥାଏ ।

ପ୍ରକାଶ ଯେ, ଦୀର୍ଘ ବର୍ଷ ଧରି ଏହି ପୋଲ ନିର୍ମାଣ ପାଇଁ ଦାବି ହୋଇ ଆସୁଥିବା ବେଳେ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଉ ନାହିଁ । ସାଧାରଣ ଲୋକ ଙ୍କ ପାଇଁ ଆଗାମୀ ବର୍ଷା ଋତୁରେ ପ୍ରତି ବର୍ଷ ପରି ବର୍ଷା ଦିନରେ ଯୋଗାଯୋଗ ବିଚ୍ଛିନ୍ନ ହେବା ନେଇ ଏବେଠୁ ସମସ୍ୟା ସୃଷ୍ଟି ହେଉଛି । ସାଧାରଣ ଲୋକେ ବାଧ୍ୟ ହୋଇ ୨୫ କି.ମି. ଦୂର ଫପସି ଗ୍ରାମ ଦେଇ ଯିବା ଆସିବା କରିଥାନ୍ତି ।

ଏପରି କି ଆମ୍ବୁଲାନ୍ସ ଗୁଡ଼ିକ ଏହି ଦୀର୍ଘ ରାସ୍ତା ଅତିକ୍ରମ କରି ଯାଉଥିବା ବେଳେ ଅନେକଙ୍କ ଉକ୍ତ ଆମ୍ବୁଲାନ୍ସରେ ମୃତ୍ୟୁ ଘଟିଥିବା ନଜିର ରହିଛି । ଆଗାମୀ ବର୍ଷା ସମୟରେ ସାଧାରଣ ନିର୍ମାଣ କରିଥିବା ମାଟି ରାସ୍ତା ଧୋଇ ହୋଇଯିବା ସାର ହେବ । ସରକାର ଉନ୍ନତି ନେଇ ଡିଣ୍ଡିମ ପିଟୁଥିବା ବେଳେ ସ୍ୱାଧୀନତା ର ଏତେ ବର୍ଷ ପରେ ମଧ୍ୟ ଏପରି ଅପହଞ୍ଚ ହୋଇ ପଡୁଥିବା ଅଞ୍ଚଳରେ ଏକ ପୋଲ ନିର୍ମାଣ ନ କରିବା ସରକାର ଙ୍କ ବେଖାତିର ମନୋଭାବ ର ସ୍ପଷ୍ଟ ପ୍ରମାଣ ଅଟେ । ଏ ଦିଗରେ ତୁରନ୍ତ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ବିଭିନ୍ନ ମହଲ ରୁ ଦାବି ହେଉଛି ।