ସକ୍ଷମ ସଂସ୍ଥା ର ପ୍ରତିଷ୍ଠା ଦିବସ ଅନୁଷ୍ଠିତ

0
285
ସକ୍ଷମ ସଂସ୍ଥା

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
ରାୟଗଡା, (୧୯/୦୬) : ଦିବ୍ୟାଙ୍ଗଙ୍କ ପାଇଁ ଉଦ୍ଧିଷ୍ଟ ଥିବା ସକ୍ଷମ ସଂସ୍ଥା ର ପ୍ରତିଷ୍ଠା ଦିବସ ଓ ଏକ ସାଧାରଣ ସଭା ରାୟଗଡା କସ୍ତୁରୀ ନଗର ର ସକ୍ଷମ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି lWhatsApp Image 2022 06 20 at 12.40.31 PM ସକ୍ଷମ ସଂସ୍ଥା ର ପ୍ରତିଷ୍ଠା ଦିବସ ଅନୁଷ୍ଠିତ

ସକ୍ଷମ ସଂସ୍ଥା ର ପ୍ରତିଷ୍ଠା ଦିବସ ଅବସରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ରୂପେ ବରିଷ୍ଠ ବୁଦ୍ଧିଜୀବୀ ଶ୍ରୀ ବାଦଲ ତା, ବରିଷ୍ଠ ସାମ୍ବାଦିକ ଶ୍ରୀ ରଞ୍ଜନ କୁମାର ରଥ, ଶ୍ରୀ ବିଜୟ ମିଶ୍ର, ଶ୍ରୀ ରାମ ଚନ୍ଦ୍ର ସାହୁ, ଶ୍ରୀମତୀ ବିଦୁଲତା ହୁଇକାଙ୍କ ସହ ସକ୍ଷମ ଫାଉଣ୍ଡେସନ ର ଜିଲ୍ଲା ସମ୍ପାଦକ ଶ୍ରୀ ଶ୍ୟାମ ଦାଶ ଏବଂ ରାୟଗଡ଼ା ଜିଲ୍ଲା ଭିନ୍ନକ୍ଷମ ମହାସଙ୍ଘ ର ଅଧ୍ୟକ୍ଷ ଶ୍ରୀ ରାକେଶ ହିମରିକା ମଞ୍ଚାସିନ ହୋଇଥିଲେ l

ଉକ୍ତ କାର୍ଯ୍ୟକ୍ରମରେ ମଞ୍ଚାସିନ ଅତିଥି ଙ୍କ ଦ୍ୱାରା ଆଗାମୀ ଦିନରେ ସରକାରୀ ସୁବିଧା ଭିନ୍ନକ୍ଷମଙ୍କ ଠାରେ ପହଞ୍ଚାଇବା, ଦିବ୍ୟାଙ୍ଗ ଭତ୍ତା ବୃଦ୍ଧି ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା ହେଇଥିଲା l ଏହି ସଭାରେ ଭିନ୍ନକ୍ଷମ ମହାସଙ୍ଘ ର ଅଧ୍ୟକ୍ଷ ଶ୍ରୀ ରାକେଶ ହିମରିକାଙ୍କ ଦ୍ୱାରା ଭିନ୍ନକ୍ଷମ ମହାସଙ୍ଘ ର ପୁରାତନ ସମ୍ପାଦକ ଶ୍ରୀ ଅମରେନ୍ଦ୍ର ନାଥଙ୍କୁ କାର୍ଯ୍ୟ ଭାରରୁ ମୁକ୍ତ କରିବା ସହ ନୂଆ ସମ୍ପାଦକଙ୍କୁ ନିଯୁକ୍ତି ଦେଇଥିଲେ l ଶ୍ରୀ ଜଳନ୍ଧର ବାଛେଲି ଜିଲ୍ଲା ଭିନ୍ନକ୍ଷମ ମହାସଙ୍ଘ ର ନୂତନ ସମ୍ପାଦକ ଓ ଶ୍ରୀ ଗୋବିନ୍ଦ ଚନ୍ଦ୍ର ମିଶ୍ର ଉପଦେଷ୍ଟା ଭାବରେ କାର୍ଯ୍ୟଭାର ଗ୍ରହଣ କରିଥିଲେ l

ସକ୍ଷମ ଜିଲ୍ଲା ଅଧ୍ୟକ୍ଷା-ସୁଶ୍ରୀ ପ୍ରାଧ୍ୟାପକ ଅନିତା ନନ୍ଦ, ଶ୍ୟାମ ଦାସ-ଜିଲ୍ଲା ସମ୍ପାଦକ, ଉପ ସଭାପତି-ଦିବାକର ଶବର, କୋଷାଧ୍ୟକ୍ଷ-ପ୍ରଶାନ୍ତ ପାଳ, ସହ ସଂପାଦକ-ସିମାଞ୍ଚଳ ନାୟକ, ଉପଦେଷ୍ଟା-ରାକେଶ ହିମରିକା, ଜଳନ୍ଧର ବାଛେଲିଙ୍କୁ ରାଜ୍ୟ ସଂରକ୍ଷକ ଡକ୍ଟର ବାଦଲ କୁମାର ତା ମନୋନୀତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଶ୍ରୀ ପ୍ରଶାନ୍ତ ପାଳ, ଶ୍ରୀ ରବୀନ୍ଦ୍ର ପାଟଖଣ୍ଡାଳ ସୁଚାରୁ ରୂପେ ପରିଚାଳନା କରିଥିଲେ।