ଗୁଣପୁର ସେବା ସମବାୟ ନିର୍ବାଚନ : ସାନ ଗୈ।ଡ ସମର୍ଥିତଙ୍କ ବାଜିମାତ

0
213
ଗୁଣପୁର ସେବା ସମବାୟ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ରାୟଗଡା, (୨୧/୦୬) : ଗୁଣପୁର ସେବା ସମବାୟ ନିର୍ବାଚନ ଗତକାଲି ଅନୁଷ୍ଠିତ ହୋଇଯାଇଛି । ପୂର୍ବରୁ ବିଜେଡି ସହ ଟକ୍କର ଦେଇ ବ୍ଲକ, ପୈ।ର ପରିଷଦ ହାତେଇବା ପରେ ଏଵେ ଲ୍ୟାମ୍ପସ (ସମବାୟ) ନିର୍ଵାଚନରେ ମଧ୍ୟ ଶିବ ଗୈାଡ (ସାନ)ଙ୍କ ପତିଆରା ଦେଖିବାକୁ ମିଳିଛି ।

ପଞ୍ଚାୟତ ନିର୍ବାଚନ ଠାରୁ କୈାଣସି ଗୁଣରେ କମ୍ ନଥିଲା ଏହି ଗୁଣପୁର ସେବା ସମବାୟ ନିର୍ବାଚନ । ପ୍ରାର୍ଥୀ ମାନେ ଗାଁ ଗାଁ ଓ ଘର ଘର ବୁଲି ପ୍ରଚାର କରିଥିଲେ । ୧୫ ଟି ନିର୍ଦ୍ଦେଶକ ପଦ ପାଇଁ ୪୩ ଜଣ ପ୍ରାର୍ଥୀ ରହିଥିଲେ ଏବଂ ୧୫୧୬ ଜଣ ଭୋଟର ଏହି ୪୩ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଥିଲେ । ୧୫୧୬ ପ୍ରାର୍ଥୀଙ୍କ ମଧ୍ୟରୁ ୭୬୬ ଜଣ ଭୋଟର ନିଜର ମତଦାନ କରିଥିଲେ ।

ଏହି ନିର୍ବାଚନରେ ଶିଵ ନିଜେ ନିର୍ଦ୍ଦେଶକ ପଦ ଜିତିବା ସହ ସମସ୍ତ ୧୫ ଟି ନିର୍ଦ୍ଦେଶକ ପଦ ତାଙ୍କ ସମର୍ଥକ ମାନେ ଅକ୍ତିଆର କରିଛନ୍ତି । ଏହି ତ୍ରିମୁଖି ଲଢେଇରେ ବିଜେଡି ର ଟାଣୁଆ ନେତାଙ୍କୁ ପରାଜୟ ବରଣ କରିବାକୁ ପଡିଛି । ଶିଵଙ୍କ ରଣନିତି ଆଗରେ ବିରୋଧୀ ନେତାମାନେ ଧରାଶାୟୀ ହୋଇଛନ୍ତି ।

ସମବାୟ ନିର୍ଵାଚନରେ ଗୋଟିଏ ଗୋଷ୍ଠୀ ସଵୁ ଆସନରେ ବିଜୟୀ ହେଵା ଗୁଣପୁର ସମବାୟ ନିର୍ବାଚନରେ ପ୍ରଥମ ଘଟଣା । ବିପୁଳ ବିଜୟ ପରେ ଶିବ ଗୈାଡଙ୍କ ନିକଟକୁ ପ୍ରଶଂସା ର ସୁଅ ଛୁଟିବାରେ ଲାଗିଛି ।