ଥାନାଧିକାରୀ ଙ୍କ ଦ୍ୱାରା ଜଣେ ଅସହାୟ ପାଇଁ ରକ୍ତଦାନ

0
278
ଥାନାଧିକାରୀ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ଟିଟିଲାଗଡ଼, ତା (୨୩/୦୬) : ବଲାଙ୍ଗୀର ଜିଲ୍ଲା ର ଟିଟିଲାଗଡ଼ ଥାନା ର ଥାନାଧିକାରୀ ଶ୍ରୀ ରଞ୍ଜନ ବାରିହା ନିଜ କାର୍ଯ୍ୟରତ ସମୟରେ ଟିଟିଲାଗଡ ଡାକ୍ତରଖାନାରେ ଜଣେ ଅସହାୟ ପାଇଁ ରକ୍ତଦାନ କରି ପ୍ରଶଂସା ର ପାତ୍ର ହୋଇଛନ୍ତି ।

ସୂଚନା ରୁ ପ୍ରକାଶ ଯେ ଟିଟିଲାଗଡ ଡାକ୍ତରଖାନା ନିକଟରେ ଜଣେ ବ୍ୟକ୍ତି ତାଙ୍କ ପରିବାର ର ଜଣେ ସମ୍ପର୍କୀୟ ଙ୍କୁ ରକ୍ତ ର ଆବଶ୍ୟକ ଥିବା ନେଇ ସେ ରକ୍ତଦାତା ଖୋଜୁଥିବା ପ୍ରକାଶ କରିଥିଲେ । ଏହା ଜାଣି ଟିଟିଲାଗଡ଼ ଥାନାଧିକାରୀ ଶ୍ରୀ ରଞ୍ଜନ ବାରିହା ନିଜେ ସ୍ଥାନୀୟ ରକ୍ତଭଣ୍ଡାର ଯାଇ ନିଜେ ରକ୍ତ ଦେଇଥିଲେ । ରକ୍ତଭଣ୍ଡାର ପରିଚାଳକ ଗଜୀନ୍ଦ୍ର ନାଥ ରାଉତ ରକ୍ତଦାନ ଓ ପ୍ରକ୍ରିୟାକରଣ କାର୍ଯ୍ୟ କରିଥିଲେ । ଏ ନେଇ ଜିଲ୍ଲା ରକ୍ତ ଦାତା ସଙ୍ଘ ତଥା ଜନସେବା ସଙ୍ଘ ତରଫରୁ ତାଙ୍କୁ କୃତଜ୍ଞତା ଜ୍ଞାପନ କରି କରାଯାଇଛି ।