ପାଞ୍ଚ ଜଣ ଶିଶୁ ସହ ନଅ ଜଣ ଦାଦନ ଶ୍ରମିକ ଉଦ୍ଧାର

0
186
ପାଞ୍ଚ ଜଣ ଶିଶୁ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, ତା (୨୩/୦୬) : ଓଡ଼ିଶା ଦାଦନ ପ୍ରବଣ ରାଜ୍ୟ ଭାବେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବେଳେ କୋଶଳ ଅଞ୍ଚଳ ବା ପଶ୍ଚିମ ଓଡିଶାରେ ଏ ସମସ୍ୟା ନେଇ ଚର୍ଚ୍ଚାରେ ରହିଛି । ଇତି ମଧ୍ୟରେ ପାଞ୍ଚ ଜଣ ଶିଶୁ ସହ ନଅ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି ।

ମାନବାଧିକାର କର୍ମୀ ଡ଼ ଜନ୍ ସନ୍ ନାଗଙ୍କ ଉଦ୍ୟମରେ କର୍ଣ୍ଣାଟକ ରାଜ୍ୟ ର ଆଭ୍ୟନ୍ତରୀଣ ସୀମା କୋଲର୍ ଜିଲ୍ଲାରେ ଅବସ୍ଥିତ ଦୁଆନୁମୁଡୁଗୁ ଗ୍ରାମ ର କ୍ରିଷ୍ଣାପ୍ପାଙ୍କ ଇଟାଭାଟିରେ ନଅ ଜଣ ଶ୍ରମିକ ଉଦ୍ଧାର କରିଥିବା ଜଣାପଡ଼ିଛି । ସେମାନେ କାମ କରିବା ପାଇଁ ଆଜକୁ ଦୁଇ ବର୍ଷ ତଳେ ଯାଇ ଇଟାଭାଟି ମାଲିକମାନଙ୍କ ଦ୍ୱାରା ବନ୍ଦୀ ଭାବରେ ରହି ନିର୍ଯ୍ୟାତନା ଭୋଗୁଥିବା ପାଞ୍ଚ ଜଣ ଶିଶୁ ସହ ନଅ ଜଣ ଉଦ୍ଧାର ହୋଇଛନ୍ତି । ଜନ୍ ସନ୍ ନାଗ ସେଠାକାର ଅଧିକାରୀ ମାନଙ୍କୁ ଯୋଗାଯୋଗ କରି ଉଦ୍ଧାର ହୋଇ ଥିବା ସମସ୍ତ ଙ୍କୁ ତାଙ୍କର ନ୍ୟାର୍ଯ୍ୟ ପାଉଣା ସହ ଘର କୁ ଫେରାଇ ଅଣାଯିବ ବୋଲି ସୂଚନା ଦେଇଛନ୍ତି ।

ବେସରକାରୀ ସୂତ୍ର ଅନୁସାରେ ବାର୍ଷିକ କୋଡ଼ିଏ ଲକ୍ଷ ରୁ ଅଧିକ ଲୋକ ପେଟପାଟଣା ପାଇଁ ବିଭିନ୍ନ ରାଜ୍ୟକୁ ଯାଆନ୍ତି । ହେଲେ ସେମାନଙ୍କ ମଧ୍ୟରୁ ଅନେକ ଅତ୍ୟାଚାର, ଶୋଷଣ ଓ ନିର୍ଯ୍ୟାତିତ ହେଉଥିବା ଅଭିଯୋଗ ଆସେ । ଇତି ମଧ୍ୟରେ ଏହି ଜିଲ୍ଲା ର ତିନି ଜଣ ଦାଦନଙ୍କ ମୃତ ଦେହ ବଲାଙ୍ଗୀର ଜିଲ୍ଲା କୁ ଫେରିଛି । ଉକ୍ତ ମୃତକ ଙ୍କ ମଧ୍ୟରୁ ଜଣଙ୍କୁ ଗୁରୁତର ଅସୁସ୍ଥ ଅବସ୍ଥାରେ ମାଡ଼ ମାରି କାମ କରେଇବା ଓ ଉପାସ ରେ ରଖିଥିବା ଯୋଗୁଁ ତାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିବା ବେଳେ ପରିବାର ଲୋକେ ତା’ର ତଦନ୍ତ ଦାବି କରିଥିଲେ ସୁଦ୍ଧା ଆଜି ସୁଦ୍ଧା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବା ଅଭିଯୋଗ ହୋଇଛି ।

ଏହି ସମସ୍ୟାରେ ଅଟକ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥା ଥିଲେ ମଧ୍ୟ ତାଙ୍କର ସାହାଯ୍ୟ ବା ଅଫିସର ପହଁଞ୍ଚିବା ବହୁ ବିଳମ୍ବ ହୁଏ । ଏଭଳି ସ୍ଥିତିରେ ବଲାଙ୍ଗୀର ଜିଲ୍ଲା ର ମାନବାଧିକାର କର୍ମୀ ଡ଼ଃ ଜନ୍ ସନ୍ ନାଗ ଓ ତାଙ୍କ ସଙ୍ଗଠନ କର୍ମୀ ଉଦ୍ଧାର କରି ଆସୁଥିବା ଦେଖାଯାଉଛି ।