ବନମାଳୀପୁର ବଜାରରୁ ଜବରଦଖଲ ମୁକ୍ତ କାର୍ଯ୍ୟ ଜାରି

0
101
ବନମାଳୀପୁର ବଜାରରୁ

ରିପୋର୍ଟ : ରାମନାଥ ଗନ୍ତାୟତ
ଭୁବନେଶ୍ୱର, (୨୪/୦୬) : ବନମାଳୀପୁର ବଜାରରେ ବୁଲିଲା ବୁଲଡୋଜର । ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଜାରି । ରାଜଧାନୀ ଉପକଣ୍ଠ ବାଲିପାଟଣା ତହସିଲ ଅଧୀନ ବନମାଳୀପୁର ବଜାରରୁ ଜବରଦଖଲ ମୁକ୍ତ କାର୍ଯ୍ୟ ଜାରି ରହିଛି ।

ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବନମାଳୀପୁର ବଜାରରୁ ଏହି ଉଚ୍ଛେଦ କାର୍ଯ୍ୟ ହେଉଛି । ସ୍ଥାନୀୟ ପ୍ରଶାସନ ତତ୍ତ୍ୱାବଧାନରେ ଆଜି ପୂର୍ବାହ୍ନ ୧୧ ଟାରୁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି । ବାଲିପାଟଣା ତହସିଲଦାର ମୃତ୍ୟୁଞ୍ଜୟ ତ୍ରିପାଠୀ, ଅତିରିକ୍ତ ତହସିଲଦାର ସ୍ନେହଲତା ଆଚାର୍ଯ୍ୟ, ରାଜସ୍ୱ ନିରୀକ୍ଷକ ଓ ବାଲିପାଟଣା ଥାନା ଏବଂ ବନମାଳୀପୁର ଫାଣ୍ଡି ପୁଲିସ ଉପସ୍ଥିତିରେ ବଜାର ଭଙ୍ଗା ହେଉଛି ।

ଅଠାନ୍ତର ନିଆଳି ରାସ୍ତାକୁ ମାଡ଼ି ଅନେକ ଦୋକାନ ଘର ବେଆଇନ ଭାବେ ସରକାରୀ ଜାଗା ଅକ୍ତିଆର କରି ସ୍ଥାୟୀ ଓ ଅସ୍ଥାୟୀ ଦୋକାନ ଘର ନିର୍ମାଣ କରିଥିଲେ । ଯାହା ଫଳରେ ଅନେକ ସମୟରେ ବଜାରରେ ଅସମ୍ଭାଳ ଭିଡ଼ ହେବା ସହ ଟ୍ରାଫିକ ସମସ୍ୟା ଉପୁଜୁଥିଲା । ବଜାର କମିଟି ଓ ସ୍ଥାନୀୟ ଲୋକେ ଉଚ୍ଛେଦ କାର୍ଯ୍ୟରେ ପ୍ରଶାସନକୁ ସହଯୋଗ କରୁଛନ୍ତି । ହଜାର ହଜାର ଦେଖଣାହାରୀ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି । ଶାନ୍ତି ଶୃଙ୍ଖଳା ର ସହ ଉଚ୍ଛେଦ କାର୍ଯ୍ୟ ଚାଲୁ ରହିଛି ।