ସୋରଡା ରେ ପ୍ରେସକ୍ଲବ ଗଠିତ : ସଭାପତି ସମ୍ପାଦକ ହେଲେ ଦୁଇ ରାଜେଶ

0
245

ରିପୋର୍ଟ : ରାକେଶ ମହାରଣା
ଗଞ୍ଜାମ,ସୋରଡ଼ା,(୦୭/୦୮) : ଆଜି ସୋରଡା ବ୍ଲକ ଖାରିଗୁଡା ମେଗା ନର୍ସରି ଠାରେ ସୋରଡ଼ାର କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ନେଇ ନୂତନ ଭାବେ ପ୍ରେସ କ୍ଲବ ଗଠିତ ହୋଇଯାଇଛି ।

ସୋରଡା ବରିଷ୍ଠ ସାମ୍ବାଦିକ ଏ. ସାରଥୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଉତ୍କଳ ସାମ୍ବାଦିକ ସଂଘ ଜିଲ୍ଲା ସଭାପତି ଅନିଲ ପଟ୍ଟନାୟକ ମୁଖ୍ୟବକ୍ତା ଭାବେ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଦ୍ୟୁମ୍ନ ପାତ୍ର, ସଂମାନିତ ଅତିଥିଭାବେ ଜିଲ୍ଲା ଉପସଭାପତି ଦେବୀ ପ୍ରସାଦ ଦାଶ ଓ ଜଗନ୍ନାଥ ପ୍ରସାଦ ପ୍ରେସକ୍ଲବ ସଭାପତି ଚନ୍ଦ୍ରକେତୁ ରାଉତ ଯୋଗଦେଇଥିଲେ ।

ସର୍ବ ସମତି କ୍ରମେ ସଭାପତି ଭାବେ ସମରେନ୍ଦ୍ର କୁମାର ସାହୁ(ରାଜେଶ),ଉପସଭାପତି କୃଷ୍ଣ ଚନ୍ଦ୍ର ପାଣିଗ୍ରାହୀ,ସମ୍ପାଦକ ରାଜେଶ କୁମାର ପଣ୍ଡା,ସହ ସମ୍ପାଦକ ମନୋଜ ଗୌଡ଼,କୋଷାଧ୍ୟକ୍ଷ ସତ୍ୟକାନ୍ତ ପାତ୍ର,ଉପଦେଷ୍ଟା ଏ. ସାରଥୀ,ଉତ୍କଳ ସାମ୍ବାଦିକ ସଂଘ ସଂଯୋଜକ ଇଂମଦାଦ ସାରିଫ,ଆଇନ ପରାମର୍ଶ ଦାତା ଅରୁଣ କୁମାର ଦାଶ ମନୋନୀତ ହୋଇଥିବା ବେଳେ କାର୍ଯ୍ୟକାରୀ କମିଟିରେ ସୁମନ ରଣା, କାଳୁ ଚରଣ ମହାପାତ୍ର,ଆଶୁତୋଷ ପଟନାୟକ,ଦିଲ୍ଲୀପ ପଗଡ,ରାଜେଶ ସ୍ୱାଇଁ,ଲୋକନାଥ ମହାନ୍ତି,ସନ୍ତୋଷ ସାହୁ ଅନ୍ୟମାନଙ୍କ ମଧ୍ୟରେ ବିଭୁପାଦ ଜେନା,ଚିତରଞ୍ଜନ ଗନ୍ତାୟତ ସହଯୋଗ କରିଥିଲେ ।