ଗୁଣୁପୁର ଜିଆଇଇଟି ବିଶ୍ୱବିଦ୍ୟାଳୟ ରେ ଦୁଇ ଦିନିଆ ଜାତୀୟ ଆଲୋଚନାଚକ୍ର ଉଦଘାଟିତ

0
192
ଗୁଣୁପୁର ଜିଆଇଇଟି ବିଶ୍ୱବିଦ୍ୟାଳୟ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣୁପୁର, (୨୫/୬) : ଗୁଣୁପୁର ଜିଆଇଇଟି ବିଶ୍ୱବିଦ୍ୟାଳୟ ଅଧିନ ସ୍କୁଲ ଅଫ୍ ସାଇନ୍ସ ଆନୁକୂଲ୍ୟରେ ପଦାର୍ଥ ବିଜ୍ଞାନ ବିଭାଗ ଏବଂ ରସାୟନିକ ବିଜ୍ଞାନ ବିଭାଗ ଦ୍ୱାରା ମିଳିତ ଦୁଇ ଦିନିଆ ଜାତୀୟ ସମ୍ମିଳନୀ ରିସେଣ୍ଟ୍ ଟ୍ରେଣ୍ଡ୍ ଇନ୍ ଫିଜିକ୍ସ ଏଣ୍ଡ୍ କେମେଷ୍ଟ୍ରି ରିସର୍ଚ୍ଚ (ଆର୍ ଟି ପି ସି ଆର୍-୨୨) ଶିର୍ଷକରେ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2022 06 25 at 5.43.45 PM ଗୁଣୁପୁର ଜିଆଇଇଟି ବିଶ୍ୱବିଦ୍ୟାଳୟ ରେ ଦୁଇ ଦିନିଆ ଜାତୀୟ ଆଲୋଚନାଚକ୍ର ଉଦଘାଟିତ

ଏହି ଉଦଘାଟନ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଗୁଣୁପୁର ଜିଆଇଇଟି ବିଶ୍ୱବିଦ୍ୟାଳୟ ର ଡିନ୍ ଏକାଡେମିକ୍ସ ଡଃ. ଏ ଭି ଏନ୍ ଶର୍ମା ଯୋଗଦେଇ ଶିକ୍ଷା ଓ ଅନୁସନ୍ଧାନ ର ବିକାଶରେ ପଦାର୍ଥ ବିଜ୍ଞାନ ଏବଂ ରସାୟନିକ ବିଜ୍ଞାନ ର ମୂଖ୍ୟ ଭୂମିକା ବିଷୟରେ ଆଲୋକପାତ କରିଥିଲେ । ଏଥିରେ ବିଭାଗୀୟ ମୂଖ୍ୟ ଡଃ ତାରିଣୀ ଚରଣ ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ, ବେସିକ୍ସ ସାଇନ୍ସ ଓ ହ୍ୟୁମାନିଟି ର ବିଭାଗୀୟ ମୂଖ୍ୟ ଡଃ ଦିଲ୍ଲିପ କୁମାର ପଟ୍ଟନାୟକ ପ୍ରମୁଖ ମଞ୍ଚାସୀନ ହୋଇ ଉପରୋକ୍ତ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ ।

ସମ୍ମିଳନୀ ର ଆବାହକ ଡଃ ବିଶ୍ୱଜିତ ଦଳାଇ ମଞ୍ଚାସୀନ ହୋଇ ଜାତୀୟ ସମ୍ମିଳନୀ ର ମହତ୍ତ୍ୱ ଓ ଉଦ୍ଦେଶ୍ୟ ବିଷୟରେ ଆଲୋଚନା କରିଥିଲେ । ଏହି ସମ୍ମିଳନୀରେ ଭୁବନେଶ୍ୱର ସ୍ଥିତ ନାଇଜର ର ପ୍ରଫେସର ଡଃ ପ୍ରତାପ କୁମାର ସାହୁ, ଝାରଖଣ୍ଡ ସ୍ଥିତ ଆଇ ଆଇ ଟି (ଆଇ ଏସ୍ ଏମ୍) ଧାନବାଦ୍ ର ପ୍ରଫେସର ଗଣେଶ ଚନ୍ଦ୍ର ନାୟକ, ମୁମ୍ବଇ ସ୍ଥିତ ବାର୍କ ର ବୈଜ୍ଞାନିକ ଡଃ ଏସ୍ ଏନ୍ ଆଚାରୀ ଏବଂ ତିରୁଚିରାପଲ୍ଲୀ ସ୍ଥିତ ଏନ ଆଇ ଟି ର ଡଃ ଲିପିକା ରାଉତ ପ୍ରମୁଖ ମୂଖ୍ୟ ବକ୍ତାଭାବେ ଯୋଗଦେଇ ପ୍ରଯୁକ୍ତି ବିଜ୍ଞାନ, ଆଧୁନିକ ଗବେଷଣା ଓ ବିକାଶରେ ପଦାର୍ଥ ବିଜ୍ଞାନ ଓ ରସାୟନିକ ବିଜ୍ଞାନ ର ମୂଖ୍ୟ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ ।

ଏହି ଅବସରରେ ବିଶ୍ୱବିଦ୍ୟାଳୟ ର ପଦାର୍ଥ ବିଜ୍ଞାନ ଏବଂ ରସାୟନିକ ବିଜ୍ଞାନ ର ସମସ୍ତ, ଛାତ୍ରଛାତ୍ରୀ ବୃନ୍ଦ ନିଜ ନିଜର ଗବେଷଣା ସର୍ନ୍ଦଭ ଉପସ୍ଥାପନା କରିଥିଲେ । ବିଶ୍ୱବିଦ୍ୟାଳୟ ର ରେଜିଷ୍ଟ୍ରାର ଡଃ ଏନ୍ ଭି ଜେ ରାଓଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ସମ୍ମିଳନୀରେ ଅନୁଷ୍ଠାନର ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ଏବଂ ଗବେଷଣାରତ ଛାତ୍ରଛାତ୍ରୀ ବହୁଳ ଭାବେ ଯୋଗଦେଇ ସୂଚାରୁରୂପେ ଦାୟିତ୍ୱ ତୁଲାଇ ଥିଲେ । ସ୍ନାତକୋତ୍ତର ର ଛାତ୍ରୀ ସୋମ୍ୟା ସୂଚରିତା ସାମନ୍ତରାଏ, ନିକାହଟ ଵାନୁ, ମୈ଼ସୁମୀ ଓ ଛାତ୍ର ଶେଷଦେବ ମଞ୍ଚ ପରିଚାଳନା କରିଥିଲେ । ପରିଶେଷରେ ସହ ଆବାହକ ଡଃ ପ୍ରତିଭା କର ଧନ୍ୟବାଦ ଅର୍ପଣ କରିଥିଲେ ।